ବଢ଼ିଲା ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି
ଦୁଇ ହଜାର ଟଙ୍କିଆ ନୋଟ୍ ବଦଳ ଅବଧି ଅକ୍ଟୋବର ୭ ତାରିଖ ଯାଏ ବଢ଼ିଲା । ଦୁଇ ହଜାର ଟଙ୍କିଆ ବଦଳ ଅବଧି ଆଜି ସରୁଥିଲା । ଏବେ ଅକ୍ଟୋବର ୭ଯାଏ ବ୍ୟାଙ୍କରେ ଜମା ବା ବଦଳା ଯାଇପାରିବ ୨ ହଜାର ଟଙ୍କିଆ ନୋଟ୍ । ଏନେଇ ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ନୂଆ ଡେଡଲାଇନ ଶେଷ ହେବା ପରେ ଅର୍ଥାତ ୮ ଅକ୍ଟୋବର ୨୦୨୩ରୁ ୨ ହଜାର ଟଙ୍କିଆ ନୋଟକୁ ଜମା ବା ବଦଳାଇବା ପ୍ରକ୍ରିୟା ବନ୍ଦ କରିଦିଆଯିବ । ଅର୍ଥାତ ୨ହଜାର ଟଙ୍କିଆ ନୋଟ୍ ୮ ଅକ୍ଟୋବରରୁ ଅଚଳ ହୋଇଯିବ । ତେବେ ଗୋଟେ ଥରରେ ୨ହଜାର ଟଙ୍କିଆ ନୋଟ୍ ସର୍ବାଧିକ ୨୦ ହଜାର ଟଙ୍କା ଜମା କରାଯାଇପାରିବ ।