ଚଳିତ ବର୍ଷ ପାର୍ବଣ ଉପଲକ୍ଷେ ସାମ୍ସଙ୍ଗ୍ ପକ୍ଷରୁ ପାର୍ବଣ ସେଲିଂର ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ସାମ୍ସଙ୍ଗ୍ର ବଛା ବଛା ସ୍ମାର୍ଟଫୋନ ଉପରେ ଆକର୍ଷଣୀୟ ସ୍ବତନ୍ତ୍ର ମୂଲ୍ୟ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଯେଉଁଥିରେ ସାମ୍ସଙ୍ଗ୍ ଗାଲାକ୍ସି ଏମ୍ ଓ ଗାଲାକ୍ସି ଏଫ୍ ସିରିଜ୍ ଅନ୍ତର୍ଭୁକ୍ତ ରହିଛି। ଏପରିକି ଗ୍ରାହକମାନେ ବର୍ତ୍ତମାନ ଗାଲାକ୍ସି ଏମ୍ ୦୪ ଓ ଗାଲାକ୍ସି ଏଫ୍ ୦୪କୁ ପ୍ରାରମ୍ଭିକ ମୂଲ୍ୟ ୬,୪୯୯ ଟଙ୍କାରୁ କିଣିପାରିବେ। ସେହିଭଳି ଗାଲାକ୍ସି ଏମ୍ ୦୪ ଓ ଗାଲାକ୍ସି ଏଫ୍ ୦୪ରେ ଅତୁଳନୀୟ ଷ୍ଟାଇଲ୍ ରହିଛି। ଏହା ବିନା କୌଣସି ବ୍ୟାଘାତରେ ନିରନ୍ତର କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ। ବିଶେଷକରି ଏହା ନୂତନ ଜେନ୍ ଜେଡ୍ଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସର୍ବକୃଷ୍ଟ । ସେହିପରି ଗାଲାକ୍ସି ଏମ୍ ୦୪ ସେହିସବୁ ଗ୍ରାହକମାନଙ୍କ ପାଇଁ ଡିଜାଇନ କରାଯାଇଛି, ଯେଉଁମାନେ ଉଚ୍ଚ କାର୍ଯ୍ୟଦକ୍ଷତାସମ୍ପନ୍ନ ଡିଭାଇସ୍ ଚାହିଁଥାନ୍ତି, ଯାହାକି ମଲ୍ଟି ଟାସ୍କିଂ ପାଇଁ ସର୍ବକୃଷ୍ଟ ଓ ସେମାନଙ୍କୁ ସର୍ବଦା ଆଗରେ ରଖିଥାଏ। ଏଥିରେ ୮ଜିବି ମେମୋରି ସହିତ ରାମ୍ ପ୍ଲସ୍ ବୈଶିଷ୍ଟ୍ୟ, ବ୍ୟାପକ ୧୨୮ଜିବି ଷ୍ଟୋରେଜ୍ ରହିଛି, ଯାହାକି ୧ଟିବି ପର୍ଯ୍ୟନ୍ତ ସମ୍ପ୍ରସାରଣଯୋଗ୍ୟ ଓ ଦୀର୍ଘସ୍ଥାୟୀ ୫୦୦୦ଏମ୍ଏଏଚ୍ ବ୍ୟାଟେରି ସାମିଲ ରହିଛି। ଅପରପକ୍ଷରେ ଗାଲାକ୍ସି ଏମ୍ ୦୪ରେ ଷ୍ଟାଇଲିଶ୍ ଗ୍ଲସି ଡିଜାଇନ ସାମିଲ ରହିଛି। ଏହା ଏକ ଅତୁଳନୀୟ ସ୍ମାର୍ଟଫୋନ୍ ଅନୁଭବ ପ୍ରଦାନ କରିଥାଏ। ଗାଲାକ୍ସି ଏମ୍ ୧୩ ଓ ଗାଲାକ୍ସି ଏଫ୍ ୧୩ର ପ୍ରାରମ୍ଭିକ ମୂଲ୍ୟ ୯୧୯୯ ଟଙ୍କାରେ ଉପଲବ୍ଧ। ଗାଲାକ୍ସି ଏମ୍ ୧୩ରେ ଗାଲାକ୍ସି ଏମ୍ ୫୦ ଏମ୍ପି ଟ୍ରିପଲ୍ କ୍ୟାମେରା ଓ ବୃହତ୍ ୬୦୦୦ଏମ୍ଏଏଚ୍ ବ୍ୟାଟେରି ରହିଛି। ଗାଲାକ୍ସି ଏମ୍ ୧୩ରେ ୬.୬“ଫୁଲ୍ ଏଚ୍ଡି+ଡିସ୍ପ୍ଲେ ରହିଛି। ବିଶେଷକରି ବିଞ୍ଜ ୱାଚରମାନଙ୍କ ପାଇଁ ଏହା ଡିଜାଇନ କରାଯାଇଛି।
Trending
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Prev Post
Next Post