ମହିଳା ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ
ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ । ବହୁଦିନ ପରେ ନାରୀ ଶକ୍ତି ବନ୍ଦନ ଅଧିନିୟମରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ‘ମହିଳା ସଂରକ୍ଷଣ ବିଲ୍’ । ମହିଳା ସଂରକ୍ଷଣ ଆଇନ ଅନୁସାରେ ବିଧାନସଭା ଓ ଲୋକସଭାରେ ଏବେ ୩୩ ପ୍ରତିଶତ ସଂରକ୍ଷଣ ରହିବ । ଯାହା ଫଳରେ ଆଉ କିଛି ବର୍ଷ ପରେ ମହିଳାଙ୍କ ସଂଖ୍ୟା ବିଧାନସଭା ଏବଂ ଲୋକସଭାରେ ବୃଦ୍ଧି ପାଇବ । ୨୦୨୪ ନିର୍ବାଚନରେ ଏହି ଆଇନ ଲାଗୁ ହେବ ନାହିଁ ।