ଘର ମାନଙ୍କରେ ପିଲା ଠାରୁ ବୟସ୍କ ବ୍ୟକ୍ତିମାନଙ୍କୁ ଓଭନରେ ଖାଦ୍ୟ ଗରମ କରି ଖାଇବାକୁ ଦିଆଯାଏ । ସେହିପରି ଅଫିସରେ ଲଞ୍ଚ ଟାଇମ ହେଲେ ଖାଦ୍ୟ ଗରମ କରିବା ପାଇଁ କର୍ମଚାରୀମାନେ ମାଇକ୍ରୋୱେଭ୍ ଓଭନ ନିକଟରେ ଲମ୍ବା ଲାଇନ ଲଗାନ୍ତି ଏବଂ ସମସ୍ତେ ଗରମ ଖାଦ୍ୟ ଖାଇବାର ମଜା ନିଅନ୍ତି । ସୁବିଧା ଭିତରେ ଲୋକ ଭୁଲି ଯାଆନ୍ତି ଯେ ମାଇକ୍ରୋୱେଭ୍ ଓଭନରେ ଖାଦ୍ୟ ଗରମ କରି ଖାଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏଥିରୁ ବାହାରୁଥିବା ରେଡିଏସନ କେବଳ ଖାଦ୍ୟରେ ଥିବା ପୋଷକ ତତ୍ତ୍ୱକୁ ନଷ୍ଟ କରିଥାଏ ତାହା ନୁହେଁ ବରଂ ଆପଣଙ୍କୁ ଅନେକ ଭୟଙ୍କର ରୋଗ ମଧ୍ୟ ଦେଇଥାଏ । ଯଦି ଆପଣ ମାଇକ୍ରୋୱେଭ୍ ଓଭନରେ ଖାଦ୍ୟ ଗରମ କରିବା ପରେ ଖାଉଛନ୍ତି ତେବେ ଆପଣ ସାବଧାନ ହେବା ଉଚିତ୍ ମାଇକ୍ରୋୱେଭରେ ଖାଇବା ବାସନକୁ ରଖାଯାଏ ଏବଂ ସେଥିରେ ଖାଦ୍ୟ ରଖାଯାଇଥାଏ । ଯେତେବେଳେ ଆପଣ ମାଇକ୍ରୋୱେଭ୍କୁ ସେଟ୍ କରନ୍ତି, ସେତେବେଳେ ମାଇକ୍ରୋୱେଭ୍ ଭିତରେ ଥିବା ପେରିଆଡିକଲ୍ ଇଲେକ୍ଟ୍ରୋନିକ୍ ଉପକରଣ ପ୍ରଭାବିତ ହୋଇଥାଏ, ଯାହା ଫଳରେ ମାଇକ୍ରୋୱେଭ୍ ରେଡିଏସନ ବାହାର କରେ ।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post
Next Post