OnePlus ଆଣୁଛି ଦମଦାର ଟ୍ୟାବଲେଟ୍‌

ଡିଜାଇନ୍‌ ଓ ଫିଚର୍ସ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଭାରତରେ ଅକ୍ଟୋବର ୬ OnePlus Pad Go ଲଞ୍ଚ ହେବ । ଏହାକୁ OnePlus India ୱେବସାଇଟ୍, ଆମାଜନ୍‌ ଓ ପ୍ଲିପକାର୍ଟରୁ କିଣାଯାଇପାରିବ । କୁହାଯାଉଛି ଚାଇନାରେ ଓପୋ ପ୍ୟାଡ ଏୟାର 2 କୁହାଯାଉଥିବା ଏହି ଟ୍ୟାବଲେଟ୍‌ ଭାରତରେ OnePlus Pad Go ଭାବରେ ଲଞ୍ଚ କରାଯିବ । OnePlus ଲଞ୍ଚ ପୂର୍ବରୁ ଏହି ଟ୍ୟାବଲେଟ୍‌ ପାଇଁ କିଛି ଫିଚର୍ସ ବିଷୟରେ ଖୁଲାସା କରିଛି । ଜଣେ ଟିପଷ୍ଟର ଏହି ଟ୍ୟାବଲେଟ୍‌ ବିଷୟରେ କିଛି ସୂଚନା ସେୟାର କରିଛନ୍ତି ।OnePlus Pad Go ସ୍ପେସିଫିକେସନ୍‌ :

OnePlus Pad Goରେ ୧୧.୩୫ ଇଞ୍ଚର LCD ଡିସପ୍ଲେ, ୨.୪K ରିଜୋଲ୍ୟୁସନ ଏବଂ ୭.୫ ଆସପେକ୍ଟ ରେସିଓ ରହିଥିବ । ଅଡିଓ ପାଇଁ ଡିଭାଇସରେ ଡଲବି ଆଟମାସ ପ୍ରୋସେସ କ୍ୱାଡ ସ୍ପିକର ରହିଥିବ । ଟିପଷ୍ଟର କହିଛନ୍ତି OnePlus Pad Goରେ ମେଡିଆଟେକ ପ୍ରୋସେସର ଏବଂ 4G LTE କନେକ୍ଟିଭିଟି ଥିବ । ଏଥିପାଇଁ କମ୍ପାନୀ କେବଳ ୱାଇ-ଫାଇ ଏବଂ ୱାଇ-ଫାଇ + ସେଲ୍ୟୁଲାର୍ ଭର୍ସନରେ ଡିଭାଇସ୍ ପ୍ରଦାନ କରିବ ।