ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସ୍ବୀକୃତି କ୍ରମେ କମିଟି ଗଠନ କରାଯାଇଛି। ନୂତନ ତାଲିକାରେ ନୂଆ ଚେହେରା ଓ କିଛି ପୁରୁଣା କର୍ମୀଙ୍କ ନାମ ରହିଛି। ଗତ ଜିଲା କମିଟି ତୁଳନାରେ ସଭ୍ୟ ସଂଖ୍ୟା ହାରାହାରି ୨ଗୁଣରୁ ଅଧିକ ବୃଦ୍ଧି ପାଇଛି। ହେଲେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇ ନାହିଁ। ପୂର୍ବ କମିଟିରେ ୩ ଜଣ ମହିଳା ସାମିଲ ହୋଇଥିବା ବେଳେ ଏବେ ମାତ୍ର ଜଣେ ମହିଳାଙ୍କୁ ସମ୍ପାଦକ ପଦରେ ନିଯୁକ୍ତ କରାଯାଇଛି। ବିଜେଡି ମହିଳାଙ୍କୁ ଅଗ୍ରାଧିକାର କଥା କହୁଥିବା ବେଳେ ଜିଲା କମିଟିରେ ଏହି ନିୟମ ପାଳନ କରାଯାଇ ନାହିଁ। ଏହାକୁ ନେଇ କେତେଜଣ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ପ୍ରକାଶ ପାଇଥିବା ତାଲିକାକୁ ଦେଖିଲେ ଜିଲା ଉପସଭାପତି ପଦରେ ଗତ ଥର ୭ ଜଣ ରହିଥିବା ବେଳେ ଏବେ ୧୨ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ସାଧାରଣ ସମ୍ପାଦକ ୧୦ ଜଣ ରହିଥିବା ବେଳେ ଏହା ୨୬ ଜଣଙ୍କୁ ବୃଦ୍ଧି ପାଇଛି। ସମ୍ପାଦକ ପଦରେ ଗତଥର ୧୪ ଜଣ ଥିବାବେଳେ ଚଳିତବର୍ଷ ଏହାକୁ ବୃଦ୍ଧିକରି ୩୧ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ହାରାହାରି ଦେଖିଲେ ଗତଥର ମୋଟ ୩୧ ଜଣ ଜିଲା କମିଟିର ବିଭିନ୍ନ ପଦରେ ଥିବା ବେଳେ ଏହି ସଂଖ୍ୟା ୬୯ ରହିଛି। ୩୮ ଜଣ ନୂତନ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି। ଏହି ତୁଳନାରେ ମହିଳା ସଦସ୍ୟ ସଂଖ୍ୟା ୧୦ ଜଣଙ୍କୁ ବୃଦ୍ଧି କରିଥିଲେ ଦଳ ପାଇଁ ଉଚିତ ହୋଇଥାନ୍ତା ବୋଲି କର୍ମୀ ମହଲରେ ମତ ପ୍ରକାଶ ପାଉଛି। ଅନ୍ୟପଟେ ଅନୁସୂଚତି ଜାତି ଓ ଜନଜାତି କର୍ମୀମାନଙ୍କୁ ମଧ୍ୟ ସଦସ୍ୟ ପଦରେ ସଂଖ୍ୟା ଅନୁପାତରେ ସାମିଲ କରାଯାଉ ନାହିଁ ବୋଲି ଆଲୋଚନା ହେଉଛି। ଯାହା ହେଉ ନା କାହିଁକି ୨୦୨୪ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଦଳରେ ସଭ୍ୟପଦକୁ ବୃଦ୍ଧି କରାଯାଇଛି ଓ ଏଥିରେ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଥିଡ଼ବା କୁହାଯାଉଛି। ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ରୋହିତ ପୂଜାରୀ କହିଛନ୍ତି, ମହିଳାଙ୍କୁ ଦଳରେ ଅଗ୍ରାଧିକାର ଦିଆଯାଉଛି। ମହିଳାଙ୍କ ସ୍ବତନ୍ତ୍ର ସଙ୍ଗଠନ ରହିଛି।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
Prev Post
Next Post