ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସ୍ବୀକୃତି କ୍ରମେ କମିଟି ଗଠନ କରାଯାଇଛି। ନୂତନ ତାଲିକାରେ ନୂଆ ଚେହେରା ଓ କିଛି ପୁରୁଣା କର୍ମୀଙ୍କ ନାମ ରହିଛି। ଗତ ଜିଲା କମିଟି ତୁଳନାରେ ସଭ୍ୟ ସଂଖ୍ୟା ହାରାହାରି ୨ଗୁଣରୁ ଅଧିକ ବୃଦ୍ଧି ପାଇଛି। ହେଲେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇ ନାହିଁ। ପୂର୍ବ କମିଟିରେ ୩ ଜଣ ମହିଳା ସାମିଲ ହୋଇଥିବା ବେଳେ ଏବେ ମାତ୍ର ଜଣେ ମହିଳାଙ୍କୁ ସମ୍ପାଦକ ପଦରେ ନିଯୁକ୍ତ କରାଯାଇଛି। ବିଜେଡି ମହିଳାଙ୍କୁ ଅଗ୍ରାଧିକାର କଥା କହୁଥିବା ବେଳେ ଜିଲା କମିଟିରେ ଏହି ନିୟମ ପାଳନ କରାଯାଇ ନାହିଁ। ଏହାକୁ ନେଇ କେତେଜଣ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ପ୍ରକାଶ ପାଇଥିବା ତାଲିକାକୁ ଦେଖିଲେ ଜିଲା ଉପସଭାପତି ପଦରେ ଗତ ଥର ୭ ଜଣ ରହିଥିବା ବେଳେ ଏବେ ୧୨ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ସାଧାରଣ ସମ୍ପାଦକ ୧୦ ଜଣ ରହିଥିବା ବେଳେ ଏହା ୨୬ ଜଣଙ୍କୁ ବୃଦ୍ଧି ପାଇଛି। ସମ୍ପାଦକ ପଦରେ ଗତଥର ୧୪ ଜଣ ଥିବାବେଳେ ଚଳିତବର୍ଷ ଏହାକୁ ବୃଦ୍ଧିକରି ୩୧ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ହାରାହାରି ଦେଖିଲେ ଗତଥର ମୋଟ ୩୧ ଜଣ ଜିଲା କମିଟିର ବିଭିନ୍ନ ପଦରେ ଥିବା ବେଳେ ଏହି ସଂଖ୍ୟା ୬୯ ରହିଛି। ୩୮ ଜଣ ନୂତନ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି। ଏହି ତୁଳନାରେ ମହିଳା ସଦସ୍ୟ ସଂଖ୍ୟା ୧୦ ଜଣଙ୍କୁ ବୃଦ୍ଧି କରିଥିଲେ ଦଳ ପାଇଁ ଉଚିତ ହୋଇଥାନ୍ତା ବୋଲି କର୍ମୀ ମହଲରେ ମତ ପ୍ରକାଶ ପାଉଛି। ଅନ୍ୟପଟେ ଅନୁସୂଚତି ଜାତି ଓ ଜନଜାତି କର୍ମୀମାନଙ୍କୁ ମଧ୍ୟ ସଦସ୍ୟ ପଦରେ ସଂଖ୍ୟା ଅନୁପାତରେ ସାମିଲ କରାଯାଉ ନାହିଁ ବୋଲି ଆଲୋଚନା ହେଉଛି। ଯାହା ହେଉ ନା କାହିଁକି ୨୦୨୪ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଦଳରେ ସଭ୍ୟପଦକୁ ବୃଦ୍ଧି କରାଯାଇଛି ଓ ଏଥିରେ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଥିଡ଼ବା କୁହାଯାଉଛି। ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ରୋହିତ ପୂଜାରୀ କହିଛନ୍ତି, ମହିଳାଙ୍କୁ ଦଳରେ ଅଗ୍ରାଧିକାର ଦିଆଯାଉଛି। ମହିଳାଙ୍କ ସ୍ବତନ୍ତ୍ର ସଙ୍ଗଠନ ରହିଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post