ଆଜିର ରାଶିଫଳ
ମେଷ: ଆପଣଙ୍କ ବିଶ୍ବାସ ବଳରେ ବହୁତ କିଛି କରିପାରିବେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନ ମିଳିବ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମ ଜୀବନ ମଧୁର ହେବ।
ବୃଷ: କାର୍ଯ୍ୟକ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରସିଦ୍ଧି ମିଳିବ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।
ମିଥୁନ: ଆପଣଙ୍କର ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ବ୍ୟବସାୟରେ କୌଣସି ଉଚ୍ଚ ଅଧିକାରୀଙ୍କ ସହାୟତା ନେଇପାରନ୍ତି। ଜୀବନସାଥୀ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।
କର୍କଟ: ଜୀବନ ଓ ଜୀବିକା ପାଇଁ ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବେ। ପରୀକ୍ଷାର ଫଳ ଆଶାନୁରୂପ ଆସିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।
ସିଂହ: ଚାକିରି ବ୍ୟବସାୟର କାମ ନୂଆ କୌଶଳରେ ସମାପ୍ତ କରିପାରନ୍ତି। ଲୋକମାନଙ୍କ ପ୍ରତି ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିବ। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ।
କନ୍ୟା: ବିଶେଷ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବେ। ବ୍ୟବସାୟରେ ବଡ଼ ସୁଯୋଗ ମିଳିପାରେ। ପ୍ରେମ ଜୀବନ ଭଲ ରହିବ।
ତୁଳା: ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବେପାରରେ ଭଲ ପ୍ରଗତି ହେବ। ରାଜନୀତିରେ ଥିବା ଲୋକ କୌଣସି ସମାରୋହକୁ ଯିବାର ଅବସର ପାଇବେ।
ବିଛା: ଭୁଲ୍ ଠିକ୍ର ପାର୍ଥକ୍ୟ ବୁଝି ଉଚିତ ନିଷ୍ପତ୍ତି ନିଅନ୍ତୁ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। କୌଣସି ସମାରୋହରେ ପଇସା ଖର୍ଚ୍ଚ ହେବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।
ଧନୁ: ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ସମସ୍ତଙ୍କୁ ସାଥୀରେ ନେଇ ଚାଲିଲେ ସଫଳତା ମିଳିବ। ସରକାରୀ କ୍ଷେତ୍ରରେ ଲାଭ ଯୋଗ ଅଛି। ବୈବାହିକ ଜୀବନରେ ପ୍ରସନ୍ନତା ରହିବ।
ମକର: ଭାଗୀଦାରିରେ କୌଣସି କାମ ଆରମ୍ଭ କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭୂତି ହେବ। ଭ୍ରମଣ ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
କୁମ୍ଭ: ଆପଣଙ୍କର ସଚ୍ଚୋଟପଣିଆର ଆଲୋଚନା ହେବ। ଜମିଜମା ସଂକ୍ରାନ୍ତ ବଡ଼ କାରବାର ହୋଇପାରେ। ପରିବାର ସହିତ ସଦ୍ଭାବନାପୂର୍ବକ ସମୟ ଅତିବାହିତ କରିବେ।
ମୀନ: ରାଜନୀତି ଓ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଫିସରେ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।