ଅନ୍ତଃରାଷ୍ଟ୍ରୀୟ ତଥା ପ୍ରିମିୟମ ସ୍ମାର୍ଟଫୋନ୍ ନିର୍ମାତା ଆପଲ୍ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଆଇଫୋନ୍ ଉତ୍ପାଦନ ବଢାଇବା ନେଇ ବିଚାରବିମର୍ଶ କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କାରଣ ନିକଟରେ କମ୍ପାନୀ ଭାରତୀୟ ବଜାରରେ ଆପଲର ଏକ୍ସକ୍ଲୁସିଭ ଆଉଟଲେଟ ଜରିଆରେ ଗ୍ରାହକଙ୍କୁ ଆଇଫୋନର ସମସ୍ତ ଉତ୍ପାଦ ଯୋଗାଉଛି। ଏପରିକି ଭାରତୀୟ ବଜାରରେ ଆପଲ ବ୍ରାଣ୍ଡ୍ର ଚାହିଦା ପୂର୍ବପେକ୍ଷା ବୃଦ୍ଧି ପାଇଛି। ଫଳରେ କମ୍ପାନୀ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ମଧ୍ୟରେ ଆଇଫୋନ୍ ଉତ୍ପାଦନ ପୂର୍ବପେକ୍ଷା ୨ରୁ ୩ ଗୁଣା ବଢାଇବାକୁ ଯୋଜନା କରୁଛି। ଅପରପକ୍ଷରେ ଭାରତରୁ ସର୍ବାଧିକ ଫୋନ୍ ରପ୍ତାନି କରୁଥିବା ସଂସ୍ଥା ଭାବେ ଆପଲ୍ ପ୍ରଥମ ସ୍ଥାନ ଅଧିକାର କରିଛି। ଦୀର୍ଘ ବର୍ଷ ଧରି ଉକ୍ତ ସ୍ଥାନ ସାମ୍ସଙ୍ଗ ନିକଟରେ ରହିଥିବାବେଳେ ବର୍ତ୍ତମାନ ଆପଲ ସେହି ସ୍ଥାନ ଗ୍ରହଣ କରିଛି। ସେହିଭଳି ଆଗାମୀ ଦିନରେ ଆଇଫୋନ ସିରିଜର ଉତ୍ପାଦନକୁ ବ୍ୟାପକ କରିବା ସହିତ ଆଇଫୋନ୍ ବ୍ୟତୀତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ କମ୍ପାନୀ ଭାରତରେ ତିଆରି କରିବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଆପଲର ସ୍ବୀକୃତିପ୍ରାପ୍ତ ତଥା ତିନି ଭାରତୀୟ ଚୁକ୍ତିଭିତ୍ତିକ ଉତ୍ପାଦନକାରୀ ଫକ୍ସକନ୍, ୱଷ୍ଟ୍ରନ୍ ଓ ପେଗାଟ୍ରନ୍ ଭାରତରେ ଆଇଫୋନ୍ ତିଆରି କରୁଛନ୍ତି। ଏପରିକି ୨୦୨୪-୨୫ ଆର୍ଥିକ ବର୍ଷରୁ ଉକ୍ତ ଉତ୍ପାଦନକାରୀ ସଂସ୍ଥାଗୁଡିକ ଭାରତରେ ଆଇପଡ୍ ଉତ୍ପାଦନ ଆରମ୍ଭ କରିବେ ବୋଲି ଆପଲ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ,୨୦୨୨ରେ ଆପଲ୍ ସାରା ବିଶ୍ବରେ ୧୯,୧୦୦ କୋଟି ଡଲାର ମୂଲ୍ୟର ଆଇଫୋନ୍ ଏବଂ ୩୮୩୬କୋଟି ଡଲାରର ଅନ୍ୟାନ୍ୟ ଆପଲ ଉତ୍ପାଦ ବିକ୍ରି କରିଥିଲା। ଏପରିକି ନିକଟରେ କମ୍ପାନୀ ଆଇଫୋନ୍ ୧୫ ସରିଜିର ୪ଟି ଏକ୍ସକ୍ଲୁସିଭ ମଡେଲକୁ କମ୍ପାନୀ ଅନ୍ତଃରାଷ୍ଟ୍ରୀୟସ୍ତରରେ ଉନ୍ମୋଚନ କରିଥିଲା। ବିଶେଷ କରି ଉକ୍ତ ମଡେଲ୍ ମଧ୍ୟରୁ କିଛି ମଡେଲ ଭାରତ ବଜାରରେ ତିଆରି କରାଯାଉଛି। ସେହିପରି ପ୍ରଥମ ଥର ପାଇଁ ମେଡ୍ ଇନ୍ ଇଣ୍ଡିଆ ଆଇଫୋନ୍ ଭାରତୀୟ ବଜାରରେ ପ୍ରଥମ ଦିନରୁ ବିକ୍ରି ହୋଇଛି।
Trending
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
- 6 ବର୍ଷରେ ପ୍ରାୟ 17 କୋଟି ନିଯୁକ୍ତି ସୃଷ୍ଟି କରିଛି ଭାରତ
- ରାଜ୍ୟର ଦଶହରା ଦୁର୍ଗାମେଢ଼ଙ୍କୁ ୭ କୋଟି ୧ ଲକ୍ଷ ୪୦ ହଜାର ଟଙ୍କା ଆର୍ଥିକ ଅନୁଦାନ ରାଶି ପ୍ରଦାନ କଲେ ରାଜ୍ୟ ସରକାର
- ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ – ଅମିତ ଶାହ
- ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର
- ପେଶାୱରରେ ବୋମା ବିସ୍ପୋରଣ, ୯ ମୃତ
- ଟିକସ ହସ୍ତାନ୍ତର ବାବଦରେ ଓଡିଶାକୁ ଆଗୁଆ ୪୬୦୧ କୋଟି
- ସ୍ୱଦେଶୀ ପ୍ଲାଟଫର୍ମ ଏବଂ ସେବା ବ୍ୟବହାର ଦିଗରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
- ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳିତ , ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post