ରିଲିଜ ଅପେକ୍ଷାରେ ଭୁଲ୍ ଭୁଲେୟା ୨: ଘୋଷଣା ହେଲା ଡେଟ୍‌

ରିଲିଜ ଅପେକ୍ଷାରେ ଭୁଲ୍ ଭୁଲେୟା ୨: ଘୋଷଣା ହେଲା ଡେଟ୍‌

ମେଟ୍ରୋ ଟିଭି ଓଡିଶା,୪/୨ : କରୋନା କାୟା ଯୋଗୁ ରିଲିଟ୍ ଅପେକ୍ଷାରେ ଥିଲା ବହୁ ଫିଲ୍ମ । କିନ୍ତୁ ଏବେ ଏହି ସବୁ ଫିଲ୍ମର ରିଲିଜ ଡେଟ୍ ଶୁଣିବାକୁ ମିଳୁଛି । କୋଭିଡ଼ ପରିସ୍ଥିତି ଅତି ଖରାପ ଥିବା ହେତୁ କାର୍ତ୍ତିକ ଆର୍ଯ୍ୟାନ୍ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଭୁଲ୍ ଭୁଲେୟା ୨’ ହଲରେ ରିଲିଜ୍ ହୋଇପାରିନଥିଲା।

ପ୍ରଥମରୁ ଏହା ୨୦୨୦ ମସିହା ଜୁଲାଇ ମାସରେ ସିନେମା ଘରେ ରିଲିଜ୍ ହେବାର ଥିଲା କିନ୍ତୁ ମହାମାରୀ ପାଇଁ ପ୍ରଡକ୍ସନ ହାଉସ ତରଫରୁ ଏହାକୁ ରୋକା ଯାଇଥିଲା। ତେବେ ବର୍ତ୍ତମାନ ସିନେମା ଘରେ ରିଲିଜ୍ ହେବ ଏହି ଫିଲ୍ମ ।
ସୂଚନା ଅନୁସାରେ,ଆସନ୍ତା ମାସ ମେ ୨୦ ତାରିଖରେ ଫିଲ୍ମ ହଲରେ ଭୁଲ୍ ଭୁଲେୟା ୨ ରିଲିଜ୍ ହେବ। ଏହାକୁ ନେଇ କାର୍ତ୍ତିକ ଓ କିୟାରା ଖୁବ୍ ଉତ୍ସାହିତ ଅଛନ୍ତି। ତେବେ ଏହି ଫିଲ୍ମରେ ତବୁଙ୍କୁ ମଧ୍ୟ ଏକ ଖାସ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ହେଉଛି ୨୦୦୭ ମସିହା ଚଳଚ୍ଚିତ୍ରର ଏକ ସିକ୍ୱେଲ। ଫିଲ୍ମର କାହାଣୀ ଖୁବ୍ ସୁନ୍ଦର ରହିଥିବା ବେଳେ କମେଡି ମଧ୍ୟ ରହିଛି।

କାର୍ତ୍ତିକ ଆର୍ଯ୍ୟାନ୍ ଭୁଲ୍ ଭୁଲେୟା ୨ ର ଏକ ଫଟୋ ନିଜ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି। ତେବେ ସେ ଅକ୍ଷୟ କୁମାରଙ୍କ ପରି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇପାରୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା।