ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେଇଛି : ମୁଖ୍ୟମନ୍ତ୍ରୀ

 

ଭୁବନେଶ୍ୱର : ଆଜି ବିଧାନସଭାରେ ମନ୍ତ୍ରୀ ବଡ ନା ସଚିବର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ଏନେଇ ହଟ୍ଟଗୋଳ ଚାଲିଥିବା ବେଳେ  ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହାକୁ ନେଇ  ନିଜେ  ବିବୃତି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେଇଛି। ଅଭିଯୋଗ ଦୀର୍ଘ ଦିନ ଧରି ଶୁଣାଯାଇପାରିନଥିଲା ।  କୋଭିଡ୍‌‌ ପୂର୍ବରୁ ସିଏମଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା।କିନ୍ତୁ କୋଭିଡ କାରଣରୁ ପ୍ରାୟ ୨ ବର୍ଷ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା। ତେଣୁ ମୁଁ  ମାତ୍ର କୋଭିଡ ପରେ ଯଥେଷ୍ଟ ଲୋକ ଅଭିଯୋଗ ପ୍ରକୋଷ୍ଠକୁ ନଆସିବାରୁ ଲୋକଙ୍କ ନିକଟକୁ ଯାଇ ଅଭିଯୋଗ ଶୁଣିବାକୁ ମୋ ନିର୍ଦ୍ଦେଶରେ ସିଏମ୍‌‌ଓ ଜିଲାକୁ ଯାଇ ଅଭିଯୋଗ ଶୁଣିଲେ। ଲୋକଙ୍କ ପାଖରେ ସିଏମଓ ପହଞ୍ଚିଛି। ସିଏମଓ ଉପରେ ଲୋକଙ୍କ ଦୃଢ ଆସ୍ଥା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।