କଲ୍ୟାଣ ଜୁଏଲର୍ସର ନୂତନ ଶୋ’ ରୁମ୍ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ଠାରେ ରବିବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବଲିଉଡ୍ ଅଭିନେତ୍ରୀ ଜାହ୍ମବୀ କପୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲ୍ୟାଣ ଜୁଏଲର୍ସର ସିଇଓ ସଞ୍ଜୟ ରଘୁରମଣଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଓଡ଼ିଶା ବଜାରରେ କଲ୍ୟାଣର ଏହା ୫ମ ଶୋ’ ରୁମ୍ ହୋଇଥିବାବେଳେ ଏହା ପୂର୍ବରୁ ଭୁବନେଶ୍ୱରର ବାଣୀବିହାର ଓ ପଟିଆ ସମେତ ରାଉରକେଲା ଏବଂ ବ୍ରହ୍ମପୁରଠାରେ ମଧ୍ୟ ଆଉଟ୍ଲେଟ ରହିଛି।
ଏ ସମ୍ପର୍କରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି, ଗ୍ରାହକଙ୍କ ଶପିଂ ଅନୁଭୂତିରେ ଉନ୍ନତି ଆଣିବା ପାଇଁ ଏକ ସାମଗ୍ରିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ କମ୍ପାନି ଏକ ବଡ଼ ମାଇଲଖୁଣ୍ଟ ହାସଲ କରିବା ସହ ବଡ଼ ପଦକ୍ଷେପ ଗ୍ରହଣ କରିଛ। ଭୁବନେଶ୍ୱରରେ ଆମର ତୃତୀୟ ଶୋ’ ରୁମ୍ର ଶୁଭାରମ୍ଭ କରି ଆମେ ବେଶ୍ ଆନନ୍ଦିତ। ଆମେ ଆମ ଅଭିବୃଦ୍ଧି ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ କରିଥିବା ବେଳେ ଏହି ଅଞ୍ଚଳରେ ଆମ ଉପସ୍ଥିତିର ସମ୍ପ୍ରସାରଣ କରୁଛୁ।ଗ୍ରାହକମାନଙ୍କୁ ଶ୍ରେଷ୍ଠ ମାନର ଅନୁଭୂତି ପ୍ରଦାନ କରିବା ସହିତ ବିଶ୍ୱାସ ଓ ସ୍ବଚ୍ଛତାର କମ୍ପାନିର ଯେଉଁ ମୂଲ୍ୟବୋଧ ରହିଛି, ତାହାକୁ ଆସୁଥିବା ସମୟରେ ମଧ୍ୟ ପାଳନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ। ଉଲ୍ଲେଖଯୋଗ୍ୟ, ଏହି ନୂତନ ଶୋ’ ରୁମ୍ର ଶୁଭାରମ୍ଭ ଉତ୍ସବକୁ ପାଳନ କରିବା ଲାଗି ସର୍ବନିମ୍ନ ୧ ଲକ୍ଷ ଟଙ୍କାର ଶପିଂ ଉପରେ ଗ୍ରାହକଙ୍କୁ କିଣା ମୂଲ୍ୟର ଅଧା ଦାମ୍ରେ ୦% ଗଢ଼ା ମୂଲ୍ୟ ଅଫର ପ୍ରଦାନ କରାଯାଉଛି। ଏହି ଅଫର ୨୦୨୩ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ବୈଧ ରହିଛି। କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ୍ ହଲ୍ମାର୍କ ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରିଥାଏ।