ବର୍ତ୍ତମାନ ବଜାରରେ ଆଇଫୋନ-୧୫ର କ୍ରେଜ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ସ୍କାମର୍ସ ମଧ୍ୟ ଆଇଫୋନକୁ ନେଇ ଠକେଇର ନୂଆ ପନ୍ଥା ଆପଣେଇଛନ୍ତି । ଆପଣ ମଧ୍ୟ ଏହି ଠକେଇର ଶିକାର ହୋଇପାରନ୍ତି । ଆସନ୍ତୁ ଜାଣିବା ଏହି ଠକେଇରୁ କିପରି ବଞ୍ଚିବେ ।ଇଣ୍ଡିଆ ପୋଷ୍ଟ ତାଙ୍କ ନାମରେ ଚାଲିଥିବା ଏପରି ଠକେଇ ବିଷୟରେ ସେୟାର କରିଛନ୍ତି । ଇଣ୍ଡିଆ ପୋଷ୍ଟ ନିଜ ପୋଷ୍ଟରେ କହିଛନ୍ତି ଯେ, ସ୍କାମର୍ସ ପକ୍ଷରୁ ଦାବି କରାଯାଉଛି ଯେ, ଯଦି ଆପଣ ଏହାକୁ ୫ଟି ଗ୍ରୁପ ଏବଂ ୨୦ ସାଙ୍ଗମାନଙ୍କ ସହ ସେୟାର କରନ୍ତି ତେବେ ଏକ ନୂଆ ଆଇଫୋନ-୧୫ ଜିତି ପାରିବେ । ଏହାକୁ କରିବା ପାଇଁ ଆପଣଙ୍କୁ ଏକ ଲିଙ୍କକୁ କ୍ଲିକ କରିବାକୁ କୁହାଯାଉଛି ।ଇଣ୍ଡିଆ ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ଇଣ୍ଡିଆ ପୋଷ୍ଟ କୌଣସି ମଧ୍ୟ ଅନୌପଚାରିକ ପୋର୍ଟାଲ ବା ଲିଙ୍କ ମାଧ୍ୟମରେ କୌଣସି ପ୍ରକାର ଉପହାର ଦେଉନାହାନ୍ତି । ଇଣ୍ଡିଆ ପୋଷ୍ଟ ସହ ସମ୍ବନ୍ଧିତ କୌଣସି ମଧ୍ୟ ସୂଚନା ପାଇଁ ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post