ବର୍ତ୍ତମାନ ବଜାରରେ ଆଇଫୋନ-୧୫ର କ୍ରେଜ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ସ୍କାମର୍ସ ମଧ୍ୟ ଆଇଫୋନକୁ ନେଇ ଠକେଇର ନୂଆ ପନ୍ଥା ଆପଣେଇଛନ୍ତି । ଆପଣ ମଧ୍ୟ ଏହି ଠକେଇର ଶିକାର ହୋଇପାରନ୍ତି । ଆସନ୍ତୁ ଜାଣିବା ଏହି ଠକେଇରୁ କିପରି ବଞ୍ଚିବେ ।ଇଣ୍ଡିଆ ପୋଷ୍ଟ ତାଙ୍କ ନାମରେ ଚାଲିଥିବା ଏପରି ଠକେଇ ବିଷୟରେ ସେୟାର କରିଛନ୍ତି । ଇଣ୍ଡିଆ ପୋଷ୍ଟ ନିଜ ପୋଷ୍ଟରେ କହିଛନ୍ତି ଯେ, ସ୍କାମର୍ସ ପକ୍ଷରୁ ଦାବି କରାଯାଉଛି ଯେ, ଯଦି ଆପଣ ଏହାକୁ ୫ଟି ଗ୍ରୁପ ଏବଂ ୨୦ ସାଙ୍ଗମାନଙ୍କ ସହ ସେୟାର କରନ୍ତି ତେବେ ଏକ ନୂଆ ଆଇଫୋନ-୧୫ ଜିତି ପାରିବେ । ଏହାକୁ କରିବା ପାଇଁ ଆପଣଙ୍କୁ ଏକ ଲିଙ୍କକୁ କ୍ଲିକ କରିବାକୁ କୁହାଯାଉଛି ।ଇଣ୍ଡିଆ ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ଇଣ୍ଡିଆ ପୋଷ୍ଟ କୌଣସି ମଧ୍ୟ ଅନୌପଚାରିକ ପୋର୍ଟାଲ ବା ଲିଙ୍କ ମାଧ୍ୟମରେ କୌଣସି ପ୍ରକାର ଉପହାର ଦେଉନାହାନ୍ତି । ଇଣ୍ଡିଆ ପୋଷ୍ଟ ସହ ସମ୍ବନ୍ଧିତ କୌଣସି ମଧ୍ୟ ସୂଚନା ପାଇଁ ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ ।
Trending
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
Prev Post
Next Post