ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ ସମୟରେ ନିରବଚ୍ଛିନ୍ନ ଓ ଅବାଧ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି। ଏପରିକି ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ଅଂଶ ଭାବେ ଟିପିସିଓଡିଏଲ୍ ପକ୍ଷରୁ ଅସ୍ଥାୟୀ ଢାଞ୍ଚା ଓ ପେଣ୍ଡାଲ ପାଇଁ କେତେକ ପଦକ୍ଷେପ ଏବଂ ଆବଶ୍ୟକ ସୁରକ୍ଷା ଗାଇଡ୍ଲାଇନ୍ ଜାରି କରାଯାଇଛି। ସେହିଭଳି ଉତ୍ସବ ଋତୁରେ ସୁରକ୍ଷା ଓ ଭରସାଯୋଗ୍ୟତାକୁ ସୁନିଶ୍ଚିତ କରିବା ପାଇଁ ପୂଜା ପେଣ୍ଡାଲ ଓ ଅସ୍ଥାୟୀ ଦୋକାନ ଲାଗି କେବଳ ଟିପିସିଓଡିଏଲ୍ର ସ୍ବୀକୃତିପ୍ରାପ୍ତ ବ୍ୟକ୍ତିଙ୍କଠାରୁ ବିଦ୍ୟୁତ୍ ସଂଯୋଗ ହାସଲ କରିବା ନିମନ୍ତେ ଆୟୋଜକ ଓ ଦୋକାନୀମାନଙ୍କୁ ପରାମର୍ଶ ଦିଆଯାଇଛି। ଏ ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ସୁରକ୍ଷାକୁ ସୁନିଶ୍ଚିତ କରିବା ପ୍ରତି ଆମର ଅତୁଟ ପ୍ରତିବଦ୍ଧତା ରହିଛି। ବିଶେଷକରି ଉତ୍ସବ ଋତୁକୁ ଉଭୟ ଉଲ୍ଲାସପୂର୍ଣ୍ଣ ଓ ସମସ୍ତଙ୍କ ପାଇଁ ଅତ୍ୟନ୍ତ ସୁରକ୍ଷିତ କରିବା ସହିତ ସ୍ବୀକୃତିପ୍ରାପ୍ତ ବିଦ୍ୟୁତ୍ ସଂଯୋଗ ହାସଲ କରିବା ଏବଂ ସୁରକ୍ଷା ନିୟମକୁ ଯଥାର୍ଥ ଭାବେ ପାଳନ କରିବା ପାଇଁ ଆମେ ହୃଦୟରୁ ଜନସାଧାରଣଙ୍କୁ ଆହ୍ବାନ ଦେଉଛୁ।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
Prev Post
Next Post