ଆଜିଠୁ ପୁରୀରୁ ରାଉରକେଲା ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ପପ୍ରେସ। ଏହାକୁ ଭର୍ଚୁଆଲରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ଟ୍ରେନ୍ ଚାଲିବା ଦ୍ବାରା ପୁରୀ ଏବଂ ରାଉରକେଲା ମଧ୍ୟରେ ଯାତ୍ରା ସମୟ ୩ ଘଣ୍ଟା ହ୍ରାସ ପାଇବ। ଆଜି ଅନ୍ୟ ୮ଟି ବନ୍ଦେ ଭାରତ ଏକ୍ସପ୍ରେସର ବି ଶୁଭାରମ୍ଭ ହେବ। ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ୧୧ଟି ରାଜ୍ୟ ମଧ୍ୟରେ ରେଳ ଯୋଗାଯୋଗକୁ ତ୍ବରାନ୍ବିତ କରିବ।ଗତ ୨୦ ତାରିଖରେ ଉଦଘାଟନ ପୂର୍ବରୁ ପୁରୀ-ରାଉରକେଲା ମଧ୍ୟରେ ବନ୍ଦେ ଭାରତର ଟ୍ରାଏଲ ରନ୍ କରାଯାଇଥିଲା। ଏହା ସକାଳ ୫ଟାରୁ ପୁରୀରୁ ବାହାରି ଦିନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଏହାପରେ ଅପରାହ୍ନ ୨ଟା ୧୦ରେ ରାଉରକେଲାରୁ ବାହାରି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ପୁରୀରୁ ରାଉରକେଲା ପ୍ରାୟ ୭ ଘଣ୍ଟା ୪୫ ମିନିଟ୍ ସମୟ ନେବ।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
Prev Post
Next Post