ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜ ଫ୍ରେମ୍ କଲା ସିବିଆଇ

ଭୁବନେଶ୍ବର: ପୁଣି ଫେରିଛି ସିବିଆଇ । ଚିଟ ଫଣ୍ଡ ମାମଲାରେ ଚାର୍ଜ ଫ୍ରେମ କରିଛି ।  କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜ ଫ୍ରେମ୍ କରିଛି ସିବିଆଇ । ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଚାର୍ଜ ଫ୍ରେମ୍ ହୋଇଛି । ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ସିବିଆଇ କଲା ଚାର୍ଜ ଫ୍ରେମ୍‌ । ପୂର୍ବରୁ ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ମାମଲାରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା। ସି-ସୋରକୁ ପ୍ରୋତ୍ସାହନ ତଥା ଏହି ସଂସ୍ଥା ସହ ଆର୍ଥିକ କାରବାରରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ସମ୍ପୃକ୍ତି ରହିଥିବା ଜଣାପଡ଼ିଥିଲା। ଏହି ଲିଙ୍କରେ ସିବିଆଇ ଦ୍ୱାରା ପୂର୍ବତନ ବିଧାୟକ ପ୍ରଭାତ ଗିରଫ ହୋଇଥିଲେ। ତେବେ ଦୀର୍ଘଦିନ ଧରି ତଳ କୋର୍ଟରେ ମାମଲା ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରଭାତ ବିଶ୍ବାଳଙ୍କୁ ଜାମିନ ମିଳିଥିଲା। ଚାର୍ଜସିଟରୁ ନାଁ ବାଦ୍ ଦେବା ଓ ଏତଲା ରଦ୍ଦ ପାଇଁ ହାଇକୋର୍ଟ ଯାଇଥିଲେ ପ୍ରଭାତ। ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।  ବର୍ଷକ ଭିତରେ ଏହି ମାମଲା ବିଚାର ସରିବ ବୋଲି ହାଇକୋର୍ଟ କହିଥିଲେ । ଚାର୍ଜସିଟ ଦାଖଲ କରିବାକୁ କହିଥିଲେ ହାଇକୋର୍ଟ ।