ନାବାଳିକା ଛାତ୍ରୀକୁ ଦୁଷ୍କର୍ମ: ଗିରଫ ଅଭିଯୁକ୍ତ ପିଅନ ନିଲମ୍ବିତ
ରାୟଗଡା: ରାୟଗଡ଼ା ଆଶ୍ରମ ବିଦ୍ୟାଳୟରେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ମାମଲାରେ ଗିରଫ ଅଭିଯୁକ୍ତ ପିଅନ ନିଲମ୍ବିତ । ଅଭିଯୁକ୍ତକୁ ଜିଲ୍ଲା ମଙ୍ଗଳ ଅଧିକାରୀ କାର୍ଯ୍ୟରୁ ଅନ୍ତର କରିଛନ୍ତି। ନାବାଳିକା ଛାତ୍ରୀକୁ ବିଦ୍ୟାଳୟର ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଛାତ୍ରୀ ରାୟଗଡା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ ପିଅନକୁ ଗିରଫ କରିବାକୁ ଗତକାଲି ଡଂଗାସିଲ ଆଶ୍ରମ ବିଦ୍ୟାଳୟରେ ପହଞ୍ଚିବା ପରେ ଗ୍ରାମବାସୀ ପୁଲିସକୁ ରୋକିଥିଲେ। ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା। ପରେ ପୁଲିସ ଫୋର୍ସ ପହଞ୍ଚି ଲାଠିଚାର୍ଜ କରିବା ପରେ ଗ୍ରାମବାସୀ ଏଣେତେଣେ ଦୌଡିଥିଲେ। ଦୋରାଗୁଡା ଥାନା ଅଂଚଳରେ ଅଭିଯୁକ୍ତ ପିଅନକୁ ପୁଲିସ କେଉଁ ଥାନାକୁ ନେଇଛି ତାହା ଜଣାପଡିନାହିଁ। ପୁଲିସ ଏନେଇ ମୁହଁ ଖୋଲୁନାହିଁ। ଗ୍ରାମରେ ଏବେ ବି ଉତ୍ତେଜନା ଲାଗି ରହିଛି।