ରଣବୀରଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ରଶ୍ମିକା ମନ୍ଧାନା। ସୂଚନା ଅନୁଯାୟୀ, ସାଉଥ ଅଭିନେତ୍ରୀ ରଶ୍ମିକା ଖୁବ ଶୀଘ୍ର ଏକ ବଲିଉଡ ମୁଭିରେ ନଜର ଆସିବେ। ଏଥର ରଶ୍ମିକା ବଲିଉଡ ଅଭିନେତା ରଣବୀର କପୁରଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ହେଉଛନ୍ତି ଆଗାମୀ ମୁଭି ଆନିମଲର ମୁଖ୍ୟ ନାୟିକା। ସେ ଏହି ମୁଭିରେ ଗୀତାଞ୍ଜଳି ଭୂମିକାରେ ନଜର ଆସିବେ। ଶନିବାର ଆନିମଲରୁ ରଶ୍ମିକାଙ୍କର ଫାଷ୍ଟ ଲୁକ ରିଲିଜ ହୋଇଛି। ଏହି ଅଭିନେତ୍ରୀ ଏକ ସିଲ୍କ ଶାଢୀ ପିନ୍ଧି ବହୁତ ସଂସ୍କାରି ଅବତାରରେ ନଜର ଆସିଛନ୍ତି। ରଶ୍ମିକାଙ୍କ ଏହି ଲୁକ ଦେଖି ପ୍ରଶଂସକମାନେ ଖୁବ ଇମ୍ପ୍ରେସ ହୋଇଛନ୍ତି।ଗତ କିଛି ଦିନ ହେବ ନିର୍ମାତାମାନେ ‘ଆନିମଲ’ର ପୋଷ୍ଟର ଜାରି କରିଛନ୍ତି। ରଣବୀର କପୁରଙ୍କ ଲୁକ ପ୍ରଥମେ ସାମ୍ନାକୁ ଆସିଥିଲା। ଏହା ପରେ ଭେଟେରାନ ଅଭିନେତା ଅନିଲ କପୁରଙ୍କ ଫାଷ୍ଟ ଲୁକ ଦେଖିବାକୁ ମିଳିଥିଲା। ଅନିଲ କପୁରଙ୍କ ପରେ ଏବେ ଫିଲ୍ମରୁ ରଶ୍ମିକାଙ୍କ ଲୁକ ରିଭିଲ କରାଯାଇଛି। ଅଭିନେତ୍ରୀ ଖୁବ ଟ୍ରାଡିଶନାଲ ଦେଖାଯାଉଛନ୍ତି। ମୈରୁନ ସିଲ୍କ ଶାଢୀ ସହ ନଜର ଝୁକାଏଁ ଏକଦମ ଭାରତୀୟ ନାରୀ ଲୁକରେ ରଶ୍ମିକାଙ୍କ ଲୁକ ସ୍ପଷ୍ଟ ବାରି ହୋଇ ଯାଉଛି। ରଣବୀର କପୁରଙ୍କ ସହ ରଶ୍ମିକାଙ୍କ ଯୋଡି ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି।ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି କବୀର ସିଂ ଫେମ ସନ୍ଦୀପ ରେଡ୍ଡୀ ଭାଙ୍ଗା। ନିର୍ମାତାମାନେ ଅନିଲ କପୁରଙ୍କ ବଲବୀର ସିଂଙ୍କ ଚରିତ୍ରରେ ଫାଷ୍ଟ ଲୁକ ପୋଷ୍ଟର ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଅନିଲ କପୁରଙ୍କୁ ମଧ୍ୟ ବହୁତ ରଫ-ଟଫ ଲୁକରେ ଦେଖିବାକୁ ମିଳିଥିଲା। ନିର୍ମାତାମାନେ ଫିଲ୍ମର କାହାଣୀକୁ ନେଇ ସସପେନ୍ସ ବଜାୟ ରଖିଛନ୍ତି।ଏହାପୂର୍ବରୁ ‘ଆନିମଲ’ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ‘ଯବାନ’ ସହିତ ଟକ୍କର ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଏହା ଡିସେମ୍ବର ୧ରେ ରିଲିଜ ହେବ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post