ପିଲାମାନଙ୍କ ପାଠପଢାରେ ଅବହେଳା ହେଉଥିବା ଅନେକ ଅଭିଯୋଗ ମଧ୍ୟ ରେକର୍ଡ କରାଯାଉଛି । କିନ୍ତୁ ଏଭଳି ଘଟଣାରେ ଏବେ ରୋକ ଲାଗିବ । କାରଣ ଏଥିପାଇଁ ଶିକ୍ଷ ବିଭାଗ ପକ୍ଷରୁ କଡ଼ା ଆଦେଶ ଜାରି କରିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଏଣିକି ସ୍କୁଲର ରିପୋର୍ଟ ପ୍ରତିଦିନ ଯାଞ୍ଚ କରାଯିବ ବୋଲି କୁହାଯାଇଛି । ଏ ନେଇ ଆଗାମୀ ଦିନରେ ବିଧିବଦ୍ଧ ନିୟମ ଲାଗୁ କରିବ ବିହାରର ଶିକ୍ଷା ବିଭାଗ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କେ.କେ ପାଠକ ।ବିହାରର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ପାଠକଙ୍କର ଏହି ନିଷ୍ପତ୍ତି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ସ୍କୁଲରେ ଅତି କମରେ ୭୫% ଉପସ୍ଥିତି ଦର୍ଶାଇବା ପାଇଁ ଆଦେଶ ଜାରି କରିବା ପରେ ୩୦୦ ସ୍କୁଲର ରିପୋର୍ଟ କାର୍ଡ ରୋଡ ଚେକ୍ କରିବା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି । ଏଣିକି ପ୍ରତିଦିନ ରାଜ୍ୟର ୩୦୦ ସ୍କୁଲର ରିପୋର୍ଟ କାର୍ଡ ଭିଡିଓ କନଫରେନ୍ସିଂ ଜରିଆରେ ଯାଞ୍ଚ କରାଯିବ । ଏଥିରେ ପ୍ରତ୍ୟେକ ଜିଲ୍ଲା ନିଜର ୧୦ଟି ସ୍କୁଲର ପାଠପଢାର ରିପୋର୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଶି୪ା ବିଭାଗକୁ ପ୍ରଦାନ କରିବେ ।ତେବେ ପ୍ରେଜେଣ୍ଟେସନରେ ପାଠପଢା ସହ ସେହି ଦିନର ପିଲାମାନଙ୍କ ଏବଂ ଶିକ୍ଷକଙ୍କ ଉପସ୍ଥିତି, ପରିଷ୍କାର ପରିଚ୍ଛନ୍ନତା, ଖେଳକୁଦ ଏବଂ ପ୍ରୟୋଗଶାଳାରେ ହୋଇଥିବା ଆକ୍ଟିଭିଟି ଇତ୍ୟାଦି ଉପରେ ରିପୋର୍ଟ ଦେବେ ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲଗୁଡ଼ିକ ବିଷୟରେ ପ୍ରତିଦିନ ଅନଲାଇନରେ ରିପୋର୍ଟ(ଫଟୋ ବା ଭିଡିଓ) ଦାଖଲ କରିବ ଜିଲ୍ଲା । ତେବେ ଏହାକୁ ତଦାରଖ କରିବା ପାଇଁ ଶିକ୍ଷା ବିଭାଗର ୫ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସପ୍ତାହକୁ ୫ ଦିନ ସାଢେ ୭ଟାରେ ଏବଂ ଶନିବାର ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ରିପୋର୍ଟ ଦାଖଲ କରାଯିବ ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post
Next Post