ପିଲାମାନଙ୍କ ପାଠପଢାରେ ଅବହେଳା ହେଉଥିବା ଅନେକ ଅଭିଯୋଗ ମଧ୍ୟ ରେକର୍ଡ କରାଯାଉଛି । କିନ୍ତୁ ଏଭଳି ଘଟଣାରେ ଏବେ ରୋକ ଲାଗିବ । କାରଣ ଏଥିପାଇଁ ଶିକ୍ଷ ବିଭାଗ ପକ୍ଷରୁ କଡ଼ା ଆଦେଶ ଜାରି କରିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଏଣିକି ସ୍କୁଲର ରିପୋର୍ଟ ପ୍ରତିଦିନ ଯାଞ୍ଚ କରାଯିବ ବୋଲି କୁହାଯାଇଛି । ଏ ନେଇ ଆଗାମୀ ଦିନରେ ବିଧିବଦ୍ଧ ନିୟମ ଲାଗୁ କରିବ ବିହାରର ଶିକ୍ଷା ବିଭାଗ । ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କେ.କେ ପାଠକ ।ବିହାରର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ପାଠକଙ୍କର ଏହି ନିଷ୍ପତ୍ତି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ସ୍କୁଲରେ ଅତି କମରେ ୭୫% ଉପସ୍ଥିତି ଦର୍ଶାଇବା ପାଇଁ ଆଦେଶ ଜାରି କରିବା ପରେ ୩୦୦ ସ୍କୁଲର ରିପୋର୍ଟ କାର୍ଡ ରୋଡ ଚେକ୍ କରିବା ପାଇଁ ମଧ୍ୟ ଆଦେଶ ଦେଇଛନ୍ତି । ଏଣିକି ପ୍ରତିଦିନ ରାଜ୍ୟର ୩୦୦ ସ୍କୁଲର ରିପୋର୍ଟ କାର୍ଡ ଭିଡିଓ କନଫରେନ୍ସିଂ ଜରିଆରେ ଯାଞ୍ଚ କରାଯିବ । ଏଥିରେ ପ୍ରତ୍ୟେକ ଜିଲ୍ଲା ନିଜର ୧୦ଟି ସ୍କୁଲର ପାଠପଢାର ରିପୋର୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଶି୪ା ବିଭାଗକୁ ପ୍ରଦାନ କରିବେ ।ତେବେ ପ୍ରେଜେଣ୍ଟେସନରେ ପାଠପଢା ସହ ସେହି ଦିନର ପିଲାମାନଙ୍କ ଏବଂ ଶିକ୍ଷକଙ୍କ ଉପସ୍ଥିତି, ପରିଷ୍କାର ପରିଚ୍ଛନ୍ନତା, ଖେଳକୁଦ ଏବଂ ପ୍ରୟୋଗଶାଳାରେ ହୋଇଥିବା ଆକ୍ଟିଭିଟି ଇତ୍ୟାଦି ଉପରେ ରିପୋର୍ଟ ଦେବେ ସ୍କୁଲ କର୍ତ୍ତୃପକ୍ଷ । ସ୍କୁଲଗୁଡ଼ିକ ବିଷୟରେ ପ୍ରତିଦିନ ଅନଲାଇନରେ ରିପୋର୍ଟ(ଫଟୋ ବା ଭିଡିଓ) ଦାଖଲ କରିବ ଜିଲ୍ଲା । ତେବେ ଏହାକୁ ତଦାରଖ କରିବା ପାଇଁ ଶିକ୍ଷା ବିଭାଗର ୫ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସପ୍ତାହକୁ ୫ ଦିନ ସାଢେ ୭ଟାରେ ଏବଂ ଶନିବାର ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ରିପୋର୍ଟ ଦାଖଲ କରାଯିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post