ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ୧୦ମ ସଂସ୍କରଣରେ ଓଡ଼ିଶା ଏଫ୍ସିର ଅଭିଯାନ ଶନିବାର ଆରମ୍ଭ ହେବ। ଘରୋଇ ପରିବେଶରେ କଳିଙ୍ଗ ଷ୍ଟାଡିୟମରେ ଏହି ଦଳ ଚେନ୍ନାଇନ୍ ଏଫ୍ସିକୁ ଭେଟିବ। ଗତ ସିଜନରେ ଓଡ଼ିଶା ଏଫ୍ସି ଚମତ୍କାର ପ୍ରଦର୍ଶନ କରି ପ୍ଲେ-ଅଫ୍ରେ ପ୍ରବେଶ କରିଥିଲା। ଚେନ୍ନାଇନ୍ ୮ମ ସ୍ଥାନରେ ରହିଥିଲା। ୩୦୩ ଦିନ ପରେ କଳିଙ୍ଗରେ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। କଳିଙ୍ଗରେ ଅନୁଷ୍ଠିତ ପୂର୍ବ ମୁକାବିଲାରେ ଓଡ଼ିଶା ଏଫ୍ସି ୩-୨ ଗୋଲରେ ଚେନ୍ନାଇନ୍କୁ ପରାସ୍ତ କରିଥିଲା। ନନ୍ଦକୁମାର ସେକରଙ୍କ ଶେଷ ମିନିଟ ଗୋଲ ଓଡ଼ିଶା ଏଫ୍ସିକୁ ବିଜୟ ସ୍ବାଦ ଚଖାଇଥିଲା। ଏଥର ସର୍ଗିଓ ଲୋବେରା ଓଡ଼ିଶା ଏଫ୍ସି ଏବଂ ଓଏନ କୋଏଲ ଚେନ୍ନାଇନ୍ ଏଫ୍ସିର କୋଚ୍ ଅଛନ୍ତି। ଏମାନଙ୍କ ରଣନୀତିରେ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳ। ପୂର୍ବ ରେକର୍ଡ ଦେଖିଲେ ଚେନ୍ନାଇନ୍ ବିପକ୍ଷରେ ଓଡ଼ିଶା ଏଫ୍ସିର ପଲା ଭାରି ରହିଛି। ଉଭୟ ଦଳ ମଧ୍ୟରେ ମୋଟ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଓଡ଼ିଶା ଏଫ୍ସି ୭ଟିରେ ବିଜୟୀ ହୋଇଥିବାବେଳେ ଚେନ୍ନାଇ ୩ ମ୍ୟାଚ ଜିତିଛି। ଅବଶିଷ୍ଟ ୮ଟି ମ୍ୟାଚ ଡ୍ର ରହିଛି।ଚଳିତ ସିଜନରେ ଓଡ଼ିଶା ଏଫ୍ସି କେତେକ ନୂଆ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିଜ୍ଞ ଅହମ୍ମଦ ଜାହୋଉ, ମୌର୍ତାଦା ଫଲ୍, ରୟ କ୍ରିଷ୍ଣା ଏବଂ ପ୍ରତିଭା ସମ୍ପନ୍ନ ଗିବସନ ସିଂ ଓ ଲାଲିଆନସାଙ୍ଗା। ତେବେ ବ୍ରାଜିଲିଆନ ଫରଓ୍ବାର୍ଡ ଡିଏଗୋ ମୌରିସିଓ ନଜରରେ ରହିବେ। ଗତ ସିଜନରେ ସେ ୧୨ଟି ଗୋଲ ଦେଇ ଯୁଗ୍ମ ଟପ୍ ସ୍କୋରର ରହିଥିଲେ। ସେହିପରି ରାଫାଲ କ୍ରିଭେଲାରୋଙ୍କ ପ୍ରତ୍ୟାବର୍ତ୍ତନରେ ଚେନ୍ନାଇନ୍ ଫ୍ରଣ୍ଟଲାଇନ୍ ଦୃଢ଼ ହୋଇଛି।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post