କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳା ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି।ଫଳରେ ଶେୟାର ବଜାରର ନିବେଶକମାନେ ଆଶା ଆଶଙ୍କାରେ କାରବାର କରୁଛନ୍ତି। ଏପରିକି କ୍ରମାଗତ ୩ୟ ଦିନ ଲାଗି ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ବିଶେଷକରି ସେନ୍ସେକ୍ସର କାରବାର ଲଗାତର ଭାବେ ହ୍ରାସ ପାଉଛି। ସୋମବାର ୨୪୨ ପଏଣ୍ଟ, ବୁଧବାର ୭୯୬ ପଏଣ୍ଟ ଏବଂ ଗୁରୁବାର ୫୭୦ରୁ ଅଧିକ ପଏଣ୍ଟ ହ୍ରାସ ଘଟିଥିଲାବେଳେ ଶୁକ୍ରବାର ସେନ୍ସେକ୍ସ ୨୨୧ ପଏଣ୍ଟ ସହ ପ୍ରାୟ ୪ଟି କାର୍ଯ୍ୟଦିବସରେ ୧୮୦୦ରୁ ଅଧିକ ପଏଣ୍ଟ ହ୍ରାସ ହୋଇଥିବାରୁ ନିବେଶକମାନେ ୫.୪ ଲକ୍ଷ କୋଟିରୁ ଅଧିକ ନିବେଶ ହରାଇଛନ୍ତି। ଅପରପକ୍ଷରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ରେ ଚଳିତ ସପ୍ତାହର ବଜାର କାରବାର ଶେଷ ସୁଦ୍ଧା ମୋଟ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେଶନ) ୩ ଲକ୍ଷ କୋଟି ଟଙ୍କାରୁ କମ୍ ହୋଇଛି ବୋଲି ବିଏସ୍ଇ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଚଳିତ ମାସରେ ସେନ୍ସେକ୍ସ କ୍ରମାଗତ ଭାବେ ୧୧ ଦିନ ପର୍ଯ୍ୟନ୍ତ କାରବାର ବୃଦ୍ଧି ସହ ଏକ ଏତିହାସିକ ବା ୧୬ବର୍ଷ ତଳର ରେକର୍ଡ ଭଙ୍ଗ ହୋଇଥିଲା। ସେହିଭଳି ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ମହଙ୍ଗା ହେବା ସହିତ ଡଲାର ତୁଳନାରେ ଟଙ୍କା ପରିମାଣ ଦୁର୍ବଳ ସ୍ଥିତି ଏବଂ କାନାଡା ସହିତ ଭାରତର କୂଟନୈତିକ ଉତ୍ତେଜନା ବଜାର କାରବାରେ ପ୍ରଭାବ ପକାଇବା ସହ ନିବେଶକମାନଙ୍କ ମନୋବଳକୁ ଦୁର୍ବଳ କରିଥିବା ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post