ଏଲ୍ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ନୂତନ ଉତ୍ପାଦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଏଲ୍ଜିର ଓ୍ବାଇଫାଇ କନ୍ଭର୍ଟିବୁଲ ସାଇଡ୍ ବାଇ ସାଇଡ୍ ରେଫ୍ରିଜେଟରକୁ ବଜାର ପ୍ରବେଶ କରାଇଛି। ଉକ୍ତ ରେଫ୍ରିଜେଟରରେ ଅନେକ ପ୍ରକାର ନୂତନ ଫିଚର ସହ ଆଧୁନିକ ବୈଶିଷ୍ଟ୍ୟ ସାମିଲ ରହିଛି। ସେହିଭଳି ଏଲ୍ଜିର ଓ୍ବାଇଫାଇ କନ୍ଭର୍ଟିବୁଲ ସାଇଡ୍ ବାଇ ସାଇଡ୍ ରେଫ୍ରିଜରେଟର ୯ଟି ମଡେଲରେ ଉପଲବ୍ଧ। ଏପରିକି ୬୫୦ ଲିଟର କ୍ଷମତା ବିଶିଷ୍ଟ ଉକ୍ତ ରେଫ୍ରିଜେଟରରେ ଏକ ସ୍ବତନ୍ତ୍ର ଆପ୍ ରହିଛି। ଏ ସମ୍ପର୍କରେ ଏଲ୍ଜି ଇଲେକ୍ଟ୍ରୋନିକ୍ସର ନିର୍ଦ୍ଦେଶକ ( ହୋମ୍ ଆପ୍ଲାଏନ୍ସ ଆଣ୍ଡ ଏୟାର କଣ୍ଡସନର) ହ୍ବାୟଙ୍ଗ ସବ୍ଜି କହିଛନ୍ତି, ଆମେ ଆଜି ଏଲ୍ଜିର ଓ୍ବାଇଫାଇ କନ୍ଭର୍ଟିବୁଲ ସାଇଡ୍ ବାଇ ସାଇଡ୍ ରେଫ୍ରିଜରେଟରକୁ ବଜାର ପ୍ରବେଶ କରାଇ ବେଶ୍ ଉତ୍ସାହିତ ଅଛୁ। ଉକ୍ତ ରେଫ୍ରିଜରେଟରରେ ଅନେକ ଅତ୍ୟାଧୁନିକ ଓ ପ୍ରଥମ ଧରଣର ଟେକ୍ନୋଲୋଜିକୁ ଅନ୍ତର୍ଭୁକ୍ତ କରାଇଛୁ। ସେହିଭଳି ନୂତନ ଉତ୍ପାଦର ଆବଷ୍କାର ସହ ଗ୍ରାହକଙ୍କ ଚାହିଦା ପୂରଣକୁ ଗୁରୁତ୍ୱ ଦେଇଥାଉ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା