ଅଙ୍ଗନବାଡ଼ି କର୍ମୀଙ୍କ ରଣ ହୁଙ୍କାର : ୧୦ଟି ଦାବି ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ

ଭୁବନେଶ୍ବର: ଉଚିତ୍‌ ପାରିଶ୍ରମିକ ମିଳିବା ନେଇ ପ୍ରତିଶ୍ରୁତି ମିଳିଥିଲା। ସରକାର ରାଜି ହୋଇଥିଲେ । ଆଲୋଚନା ହୋଇଥିଲା ।  କିନ୍ତୁ କେବେ ମିଳିବ ସେ ନେଇ  ସ୍ପଷ୍ଟ କରିନଥିବା ଅଙ୍ଗନବାଡି ସଂଘ ପକ୍ଷରୁ କୁହାଯାଇଛି। ଲୋୟର ପିଏମ୍‌ଜିରେ ଅଙ୍ଗନବାଡ଼ି କର୍ମୀଙ୍କ ରଣ ହୁଙ୍କାର ଦେଖିବାକୁ ମିଳିଛି । ହଜାର ହଜାର କର୍ମୀ ବିକ୍ଷୋଭସ୍ଥଳରେ ପହଁଚି ଦାବି ପୂରଣ କରିବାକୁ ନାରା ଦେଉଛନ୍ତି। ସରକାର ବିରୋଧୀ ସ୍ଲୋଗାନ୍‌ରେ ଲୋୟର ପିଏମ୍‌ଜି ଉଠୁଛି ପଡୁଛି । ନିଖିଳ ଓଡ଼ିଶା ଅଙ୍ଗନବାଡ଼ି ମହିଳା କର୍ମୀ ସଂଘ ସୁମିତା ମହାପାତ୍ର ଓ ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସଙ୍କ ନେତୃତ୍ବ‌ରେ ୭ ଜଣିଆ ପ୍ରତିନିଧି ଦଳ ମହିଳା ଓ ଶିଶୁ ବିକାଶ ବିଭାଗ ଆୟୁକ୍ତ ତଥା ସଚିବ ଶୁଭ ଶର୍ମାଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଫଳ କିଛି ମିଳିନଥିବା କୁହାଯାଇଛି ।