ଚନ୍ଦ୍ରରେ ଦିନ ହେବା ପରେ ବିକ୍ରମ, ପ୍ରଜ୍ଞାନ ରିସିଭ୍ କରୁନାହାଁନ୍ତି ବାର୍ତ୍ତା

ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ, ପ୍ରଜ୍ଞାନ ରିସିଭ୍ କରୁନାହାଁନ୍ତି ବାର୍ତ୍ତା  । ପ୍ରଜ୍ଞାନ ଓ ବିକ୍ରମକୁ ସକ୍ରିୟ କରିବା ପାଇଁ ଯୋଜନା କରାଯାଇଥିବା ବେଳେ କିଛି ସମସ୍ୟା ଯୋଗୁଁ ଆସନ୍ତାକାଲି ପ୍ରୟାସ କରାଯିବ ବୋଲି ଇସ୍ରୋ କହିଛି  । ଚନ୍ଦ୍ରର ସାଉଥପୋଲରେ ସୂର୍ଯ୍ୟୋଦୟ ହୋଇଥିବା ବେଳେ ସୋଲାର ସିଷ୍ଟମ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ବିକ୍ରମ ଓ ପ୍ରଜ୍ଞାନ ପୁଣି ଥରେ କାର୍ଯ୍ୟକ୍ଷମ ହେବା ସହ ଦ୍ବିତିୟ ପର୍ଯ୍ୟାୟ ମିଶନ ପାଇଁ କାମ କରିବେ ବୋଲି ଇସ୍ରୋ ଆଶା କରିଛି । ଦିନ ହେବା ପରେ  ପୁଣି ଥରେ ପ୍ରଜ୍ଞାନ ରୋଭର ଓ ବିକ୍ରମ ଲାଣ୍ଡର ସକ୍ରିୟ ହେବାକୁ ସମସ୍ତେ ଅପେକ୍ଷା କରିଛନ୍ତି । କିନ୍ତୁ ସେଠାରୁ କିଛି ମେସେଜ ଆସୁନାହିଁ ।  ସ୍ଲିପ୍ ମୋଡରୁ ବାହାର କରିବା ପାଇଁ ଇସ୍ରୋ ଉଦ୍ୟମ ଚଳାଇଛି । କିନ୍ତୁ ଏପର୍ଯ୍ୟନ୍ତ ଲ୍ୟାଣ୍ଡର ଏବଂ ରୋଭରରୁ ସିଗନାଲ ମିଳିନାହିଁ। ଇସ୍ରୋ ପକ୍ଷରୁ କୁହାଯାଇଛି, “ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭରର ସ୍ଥିତି ଜାଣିବା ପାଇଁ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ ପାଇଁ ପ୍ରୟାସ କରାଯାଉଛି।