ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ଅଷ୍ଟ୍ରେଲିଆକୁ ହରାଇ ଭାରତ ନମ୍ବର ଓ୍ବାନ ଦଳ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ବିଜୟ ପରେ ଭାରତୀୟ କ୍ରିକେଟ ଟିମ୍ ସବୁ ଫର୍ମାଟ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନତି ହୋଇଛି । ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟ କ୍ରିକେଟରେ ଭାରତ ନମ୍ବର ଓ୍ବାନ ସ୍ଥାନରେ ପହଞ୍ଚିଛି  । ଆଜି ମୋହାଲିରେ ଭାରତର ଦମଦାର ବିଜୟ ହୋଇଛି  । ଅଷ୍ଟ୍ରେଲିଆ ବିପକ୍ଷ ତିନି ଟିକିଆ ସିରିଜର ପ୍ରଥମ ମ୍ୟାଚକୁ ୫ ଓ୍ବିକେଟରେ ଜିତି ନେଇଛି ଟିମ୍ ଇଣ୍ଡିଆ  । ଛକା ମାରି ଭାରତକୁ ବିଜୟୀ କରାଇଛନ୍ତି କେ.ଏଲ ରାହୁଲ  ।   ମୋହାଲିର ପଂଜାବ କ୍ରିକେଟ ଆସୋସିଏସ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇ ଭାରତ ଏହି ସଫଳତା ହାସଲ କରିଛି ।  ଏହା ସହିତ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ଭାରତ । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ  ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୭୬ରନ କରିଥିଲା । ଫଳରେ ବିଜୟ ପାଇଁ ଭାରତ ଆଗରେ ୨୭୭ର ଲକ୍ଷ୍ୟ ରହିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୫୨ରନ , ଜୋସ ଇଂଗଲିସ ୪୫ରନ, ଷ୍ଟିଭ ସ୍ମିଥ୍ ୪୧ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସମି ୫ ଓ୍ବିକେଟ ନେଇଥିଲେ । ୨୭୭ରନର ଲକ୍ଷ୍ୟକୁ ଭାରତ ୪୮.୪ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଶୁଭମନ ଗିଲ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୪୨ରନ କରି ବିଜୟ ପାଇଁ ଏକ ଦୃଢ ମୂଳଦୁଆ ସ୍ଥାପନ କରିଥିଲେ । ଗାଇକ୍ବାଡ ୭୧ ଓ ଗିଲ ୭୪ରନ କରି ଆଉଟ ହୋଇଥିଲେ । ସେହିପରି କେଏଲ ରାହୁଲ ୫୮ ରନ ଓ ସୂର୍ଯ୍ୟକୁମାର ୫୦ରନର ଯୋଗଦାନ ଦେଇ ଦଳ ପାଇଁ ବିଜୟ ଆଣିଦେଇଥିଲେ ।