ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ସିନେମା ଜଗତରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ଜଣାଶୁଣା। ସେ ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅନେକ ସମୟରେ ଲାଇମଲାଇଟ୍ରେ ରୁହନ୍ତି। ଫିଲ୍ମ ‘ପୁଷ୍ପା-୨’ରେ ତାଙ୍କର ଆଇଟମ୍ ଗୀତ ପାଇଁ ସେ ଅଧିକ ଚର୍ଚ୍ଚାରେ ରହିଥିଲେ। ଏବେ ସେ ବଲିଉଡ୍ ଭାଇଜାନ୍ ସଲମାନ୍ ଖାନ୍ଙ୍କ ସହିତ ରୋମାନ୍ସ କରିବେ ବୋଲି ଏକ ଖବର ଆସିଛି। ରିପୋର୍ଟ ମୁତାବକ, କରଣ ଜୋହରଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ସାମନ୍ଥା ନଜରକୁ ଆସିବାକୁ ଯାଉଛନ୍ତି। ଏଥିରେ ପ୍ରସିଦ୍ଧ ସାଉଥ୍ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବଂ ତ୍ରିଶାଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି କୁହାଯାଉଛି। ତେବେ ସାମନ୍ଥା ନିକଟରେ ଏକ ରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ସେ ସିନେମା ଜଗତରୁ କିଛି ସମୟ ପାଇଁ ବିରତି ନେଇ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉଥିଲେ। ନିକଟରେ ସାମନ୍ଥାଙ୍କୁ ଫିଲ୍ମ ‘କୁଶି’ରେ ଦେଖିବାକୁ ମିଳିଥିଲା। ସାମନ୍ଥା ୨୦୧୦ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସମୟରେ ସେ ଅନ୍ୟ ଏକ ଫିଲ୍ମ ଶୁଟ୍ରେ ବ୍ୟସ୍ତ ଅଛନ୍ତି।
Trending
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
Prev Post
Next Post