ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର ମୋହାଲିରେ ଖେଳାଯିବ। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଉଭୟ ଦଳଙ୍କ ପାଇଁ ଏହା ଶେଷ ପ୍ରସ୍ତୁତି। ଉକ୍ତ ଶୃଙ୍ଖଳାରୁ ଉଭୟ ଦଳ ଖେଳାଳି ପରୀକ୍ଷାନିରୀକ୍ଷା ସହ ସନ୍ତୁଳିତ ଦଳ ଗଠନ ନେଇ ଲକ୍ଷ୍ୟ ରଖିଛନ୍ତି। ଭାରତ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ପ୍ରଥମ ଦୁଇ ଦିନିକିଆରୁ ବିଶ୍ରାମ ଦେଇଛି। ୱିକେଟରକ୍ଷକ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଦଳର ନେତୃତ୍ବ ନେବେ। ବ୍ୟାଟିଂରେ ଶୁବମାନ୍ ଗିଲ୍ଙ୍କ ସହ ଈଶାନ କିଷନ ଓପନିଂ କରିବାର ସମ୍ଭାବନା ରହିଛି। ବିରାଟ କୋହଲିଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ୩ ନମ୍ବରରେ, ଲୋକେଶ ରାହୁଲ ୪ର୍ଥ ନମ୍ବରରେ ବ୍ୟାଟିଂ କରିପାରନ୍ତି। ଆହତ ସମସ୍ୟାରୁ ମୁକୁଳିବା ପରେ ଶ୍ରେୟାସ ଆୟାର ଦଳକୁ ଫେରିଛନ୍ତି। ଆୟର ୫ମ ସ୍ଥାନରେ ବ୍ୟାଟିଂ କରିବାର ଆଶା କରାଯାଉଛି। ଦଳ ମୁଖ୍ୟତଃ ୫ଜଣ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କୁ ନେଇ ଖେଳିବାର ଆଶା କରାଯାଉଛି। ଅଲରାଉଣ୍ଡର ଭାବେ ଭାରତ ରବୀନ୍ଦ୍ର ଜାଡେଜା, ରବୀଚନ୍ଦ୍ରନ ଅଶ୍ବିନ ଓ ୱାଶିଂଟନ ସୁନ୍ଦରଙ୍କୁ ଖେଳାଇପାରେ।
Trending
- ଓଏଏସ୍ ସ୍ତରରେ ଅଦଳବଦଳ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
Prev Post