କାନାଡାରେ ବ୍ୟବସାୟ ବନ୍ଦ କରିବାକୁ ଆନନ୍ଦ ମହିନ୍ଦ୍ରାଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: କାନାଡାକୁ ଭାରି ପଡ଼ିଛି ଆତଙ୍କବାଦୀଙ୍କୁ ସମର୍ଥନ ଦେବା । ଭାରତ ସରକାର ଭିସାକୁ ନେଇ କଟକଣା ଜାରି କରିବା ପରେ ଏବେ  କାନାଡା ଏବଂ ଭାରତ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ବୃଦ୍ଧି ଟେନସନର ପ୍ରଭାବ ବାଣିଜ୍ୟ ଉପରେ ପଡିଥିବାରୁ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା କାନାଡାକୁ ଆଉ ଏକ ଝଟକା ଦେଇଛନ୍ତି । ଆନନ୍ଦ ମହିନ୍ଦ୍ରାଙ୍କ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କାନାଡାରୁ ନିଜ ବ୍ୟବସାୟ ବନ୍ଦ କରିବା ନେଇ ନିଷ୍ପତ୍ତି ନେଇଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସବସିଡିଆରୀ କମ୍ପାନୀ ରେସନ ଏୟରୋସ୍ପେସ କରପୋରେସନ କାନାଡାରୁ ନିଜ ସଞ୍ଚାଳନ ବନ୍ଦ କରିବା ନେଇ ଘୋଷଣା କରିବା ପରେ ସୋସିଆଲ ମିଡିଆରେ ଭାରତୀୟମାନେ ତାଙ୍କୁ ପ୍ରଶଂସା କରିଛନ୍ତି । ଏହି କଂପାନିରେ  ମହିନ୍ଦ୍ରାର ୧୧.୧୮ ପ୍ରତିଶତ ସେୟାର ଅଛି । କମ୍ପାନୀ କହିଛି ଯେ ୨୦ ସେପ୍ଟେମ୍ବରରୁ ରେସନ ଏୟରୋସ୍ପେସ କର୍ପୋରେସନ, କାନାଡାରେ ନିଜ ବ୍ୟବସାୟ ବନ୍ଦ କରିବାକୁ ଯାଉଛି ।