ନୂଆଦିଲ୍ଲୀ: ରାଜ୍ୟସଭାରେ ପାରିତ ହେଲା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍। ଆଜି ଗୃହରେ ଉପସ୍ଥିତ ଥିବା ସମସ୍ତ ସାଂସଦ ବିଲ୍ ସମପକ୍ଷରେ ଭୋଟ୍ ଦେଇଛନ୍ତି । ବିଲ୍ ସପକ୍ଷରେ ପଡ଼ିଛି ୨୧୫ ଭୋଟ । ବିଲ୍ ବିରୋଧରେ ଗୋଟିଏ ବି ଭୋଟ ପଡ଼ିନାହିଁ । ସର୍ବସମ୍ମତି କ୍ରମେ ରାଜ୍ୟସଭାରେ ବିଲ୍ ପାରିତ ହୋଇଛି । ବିଲକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯିବ । ତେବେ ଗତକାଲି ଲୋକସଭାରେ ବିଲ୍ ପାରିତ ହୋଇଥିଲା । ବିଲ୍ ସପକ୍ଷରେ ୪୫୪ ଖଣ୍ଡ ଭୋଟ୍ ପଡିଥିବା ବେଳେ, ବିଲ୍ ବିରୋଧରେ ପଡ଼ିଥିଲା ମାତ୍ର ୨ଟି ଭୋଟ୍ । ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହେବା ପରେ ଏବେ ଏହି ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଲଟି ଆଇନରେ ପରିଣତ ହେବ । ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ବିଲ୍ ଉପରେ ଦୁଇ ଦିନ ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି। ସମସ୍ତ ସହଯୋଗୀ ଅର୍ଥପୂର୍ଣ୍ଣ ଆଲୋଚନା କରିଛନ୍ତି। ଭବିଷ୍ୟତରେ ମଧ୍ୟ ଏହି ଆଲୋଚନାର ପ୍ରତିଟି ଶବ୍ଦ ଆମ ଯାତ୍ରାରେ ଉପଯୋଗୀ ହେବାକୁ ଯାଉଛି। ଏହି ବିଲକୁ ସମର୍ଥନ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ବର୍ଷ ବର୍ଷ ଧରି ଏହି ବିଲ୍ ପାସ ଅପେକ୍ଷାରେ ଥିଲା । ଯାହା କଂଗ୍ରେସ କରିପାରିଲା ନାହିଁ ତାହା ଆମେ କରିଦେଖାଇଛୁ । ଅମିତ ଶାହ ମଧ୍ୟ ବିଲକୁ ନେଇ ବିଜେପି ସ୍ପଷ୍ଟ ଥିବା କହିଥିଲେ । ଜନଗଣନା ପରେ ଏହି ବିଲ କାର୍ଯ୍ୟକାରୀ ହେବ ବୋଲି କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ମହିଳା ସଂରକ୍ଷଣ ବିଲରେ ଓବିସିମାନଙ୍କୁ ସଂରକ୍ଷଣ ଦିଆଯାଉ । ଯଦି ବିଲରେ ଏପରି ବ୍ୟବସ୍ଥା ନାହିଁ ତେବେ ସଂଶୋଧନ କରାଯାଉ । ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ବିଲ୍ କୁ ସମର୍ଥନ କରିଥିଲେ ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ