ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ସମ୍ଭାବନା

ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ସମ୍ଭାବନା

ମେଟ୍ରୋ ଟିଭି ଓଡିଶା,୪/୨ : ପଶ୍ଚିମାଝଡ ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ଘଡଘଡି ସହ କୁଆପଥର ବର୍ଷାବେହବାର ସମ୍ଭାବନା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ରାଜଧାନୀରେ ସକାଳେ କୋହଲା ପାଗ ସାଙ୍ଗକୁ ପବନ ମଧ୍ୟ ବହୁଛି । ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହେଲାଣି । ସୁନ୍ଦରଗଡ଼, କେନ୍ଦୁଝର, ମୟୂରବଞ୍ଜ, ଅନୁଗୁଳ, ଭଦ୍ରକ ଓ ବାଲେଶ୍ୱରରେ ଅଧିକ ବର୍ଷା ହେବ। କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ଢେଙ୍କାନାଳରେ ସ୍ୱଳ୍ପ (୫ରୁ ୧୦ମିମି) ବର୍ଷା ହୋଇପାରେ । ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ବିକ୍ଷିପ୍ତ ହାଲୁକା ବର୍ଷା (୫ମିମିରୁ କମ୍) ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ,ଗତ ୨୪ଘଣ୍ଟା ଭିତରେ ସୁନ୍ଦରଗଡ଼ ବାରାଗାଓଁରେ ସର୍ବାଧିକ ୪୫. ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୫ତାରିଖରୁ ପାଗ ପୁଣି ସ୍ୱାଭାବିକ ହେବା ସହ ଶୁଖିଲା ରହିବ। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ୩ରୁ ୪ ଡିଗ୍ରୀ କମିବ ସାମାନ୍ୟ ହ୍ରାସ ପାଇବା ସମ୍ଭାବନା ରହିଛି।