ପ୍ରାଥମିକ ଶ୍ରେଣୀରେ ପଢାଉଥିବା ପିଲାଙ୍କୁ ‘ଶିକ୍ଷା ପ୍ରବେଶ’ ଏବେ ବାଟ କଢାଇବ । ଆଦ୍ୟ ଓ ଶୈଶବ ଶିକ୍ଷା ସହ ପ୍ରାଥମିକ ଶିକ୍ଷାର ସମନ୍ୱୟ କରାଯିବ । ଏନେଇ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପଦକ୍ଷେପ ନେଇଛନ୍ତି । ଅଙ୍ଗନାବାଡି ପରେ ଛାତ୍ରଛାତ୍ରୀ ଯେତେବେଳେ ପ୍ରଥମ ଶ୍ରେଣୀରେ ନାମ ଲେଖାନ୍ତି, ସେତେବେଳେ ସେମାନେ ପ୍ରାଥମିକ ସ୍କୁଲ ସହ ଖାପ ଖୁଆଇ ପାରନ୍ତି ନାହିଁ । ଯାହାଫଳରେ କି ପିଲାମାନେ ଅନେକ ସମୟରେ ସ୍କୁଲରେ ଉପସ୍ଥିତ ରୁହନ୍ତି ନାହିଁ ।ସୂଚନା ଅନୁଯାୟୀ, ବର୍ତ୍ତମାନ ପିଲାଙ୍କ ଭୟ ଦୂର କରିବା ପାଇଁ ଏବଂ ଉତ୍ତମ ଭବିଷ୍ୟତର ଚିନ୍ତା କରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଏକ ଅଭିନବ ପଦକ୍ଷେପ ନେଇଛନ୍ତି । ପ୍ରାଥମିକ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ବିକାଶ ପ୍ରତି ଗୁରୁତ୍ୱ ଦିଆଯିବ । ଏବେ ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିବା ଛାତ୍ରଛାତ୍ରୀ ‘ଶିକ୍ଷା ପ୍ରବେଶ’ ପୁସ୍ତକ ଅଧ୍ୟୟନ କରିବେ । ଏହି ପୁସ୍ତକ ପଢିବା ଦ୍ୱାରା ପିଲାଙ୍କ ବୁଦ୍ଧିରେ ବିକାଶ ହେବା ସହ ସେମାନଙ୍କୁ ପାଠପାଢା ପ୍ରତି ଆକୃଷ୍ଟ କରିବ । ‘ଶିକ୍ଷା ପ୍ରବେଶ’ଟି ଏସସିଇଆରଟି ଢାଞ୍ଚାରେ ପ୍ରସ୍ତୁତ ହୋଇଛି, ଏହି ପୁସ୍ତକକୁ ପ୍ରଥମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ।
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post
Next Post