ପ୍ରଥମ ଥର ପାଇଁ ଦେଶରେ ଆୟୋଜିତ ମୋଟୋ ଜିପି ରେସ ମଧ୍ୟ ସିଧା ପ୍ରସାରଣ ହେବ। ସ୍ପୋର୍ଟସ ୧୮ ଚ୍ୟାନେଲରେ ଟିଭିରେ ପ୍ରଶଂସକମାନେ ଏହି ରେସିଂକୁ ଉପଭୋଗ କରିପାରିବେ। ଏହି ରେସିଂ ଚାମ୍ପିଅନଶିପ ୨୨ ରୁ ୨୪ ସେପ୍ଟେମ୍ବର ମଧ୍ୟରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ଆୟୋଜିତ ହେବ। ଏହି ଦୌଡ଼ରେ ଭାଗ ନେବାକୁ ଦୁନିଆର ଅନେକ ମହାନ ବାଇକ ରେସର୍ ଭାରତରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଦେଶରେ ଫର୍ମୁଲା ୱାନ ରେସ ଆୟୋଜିତ ହୋଇ ସାରିଛି। ତିନି ଦିନ ଧରି ଇଣ୍ଡିଆ ଗ୍ରାଣ୍ଡ ପ୍ରିକ୍ସର ଆୟୋଜନ କରାଯିବ। ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ଥିବା ୫.୧୪ କିଲୋମିଟର ଟ୍ରାକକୁ ବିଶ୍ୱ ପ୍ରସିଦ୍ଧ ରେସିଂ ଟ୍ରାକ ମଧ୍ୟରେ ଗଣାଯାଏ। ମୋଟୋ ଜିପି ରେସର ଲାଇଭ ଟେଲିକାଷ୍ଟ ମଧ୍ୟ କରାଯିବ । ଏହାସହିତ ଟିକେଟ କ୍ରୟ କରି ଏହି ବାଇକ ରେସ ଉପଭୋଗ କରିହେବ। ଏହି ରେସିଂରେ ୧୯ ଟି ଦେଶର ରେସର୍ ଅଂଶଗ୍ରହଣ କରୁଛନ୍ତି । ଏହାକୁ ଆୟୋଜନ କରୁଥିବା ଭାରତ ୩୧ ତମ ଦେଶ ପାଲଟିଛି।ସର୍କିଟରୁ ମୋଟୋ ଜିପି ରେସ ଦେଖିବାକୁ, ବୁକ ମାଇ ଶୋ’ରୁ ଏହାର ଟିକେଟ କିଣି ହେବ। ତିନି ଦିନ ଧରି ଚାଲିଥିବା ଏହି ରେସ ପାଇଁ ପ୍ରତ୍ୟେକ ଦିନ ଟିକେଟ କିଣିବାକୁ ପଡିବ। ଏହାର ଟିକେଟ ଦାମ ୮୦୦ରୁ ଆରମ୍ଭ ହୋଇ ସର୍ବାଧିକ ଟିକେଟ ମୂଲ୍ୟ ୧୮୦,୦୦୦ ଟଙ୍କା ରହିଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Next Post