ଟେଷ୍ଟ ମ୍ୟାଚରେ ଭାରତରେ ଭାରତକୁ ହରାଇବାକୁ ୱାର୍ଣ୍ଣରଙ୍କ ଇଚ୍ଛା

ଟେଷ୍ଟ ମ୍ୟାଚରେ ଭାରତରେ ଭାରତକୁ ହରାଇବାକୁ ୱାର୍ଣ୍ଣରଙ୍କ ଇଚ୍ଛା

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ଅଷ୍ଟ୍ରେଳିଆର ବିସ୍ପୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣରଙ୍କ ବୟାନ ଏବେ ଚହଳ ସୃଷ୍ଟି କରିଛି । ପୁରା ଟିମ୍ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଆସେସ ସିରିଜରେ ୩ଟି ମ୍ୟାଚରେ ବିଜୟୀ ହୋଇ ସିରିଜ୍ କବଜା କରିଛି । ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପଛରେ ୱାର୍ଣ୍ଣର କହିଛନ୍ତି,ସେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ୨ଟି ଇଚ୍ଛା ପୂରା କରିବାକୁ ଚାହୁଁଛି । ପ୍ରଥମତଃ ୨୦୨୩ରେ ହେବାକୁ ଥିବା ଆସେସ ସିରିଜ ଜିତିବା ଲକ୍ଷ୍ୟ ରହିଛି ଆଉ ଅନ୍ୟପଟେ ଭାରତରେ ଭାରତକୁ ହରାଇ ସିରିଜ ଜିତିବାକୁ ଆଶା ରଖିଛି ।
ଆଉ ମଧ୍ୟ କହିଛନ୍ତି ଏବେ ମୋ କାମ ପୂରା ହୋଇନାହିଁ । ଏବେ ସୁଦ୍ଧା ମଧ୍ୟ ଆମ ଟିମ୍ ଭାରତରେ ଭାରତକୁ ହରାଇ ପାରିନାହୁଁ । ଆଗକୁ ଭାରତରେ ଭାରତକୁ ହରାଇବା ଆମର ଲକ୍ଷ୍ୟ ରହିବ । ୨୦୧୯ରେ ଆସେସ ସିରିଜ ଡ୍ର ହୋଇଥିଲା କିନ୍ତୁ ଆଗାମୀ ବର୍ଷ ଇଂଲଣ୍ଡରେ ଆସେସ ସିରିଜ ଜିତିବାକୁ ଲକ୍ଷ୍ୟ ରଖିଛୁ ।

ତେବେ ଇଂଲଣ୍ଡ ଓ ଭାରତରେ ୱାର୍ଣ୍ଣରଙ୍କ ରେକର୍ଡ ସେତେଟା ଭଲ ନାହିଁ । ଇଂଲଣ୍ଡରେ ୱାର୍ଣ୍ଣର ଏଯାବତ ୩ଟି ଟେଷ୍ଟ ସିରିଜରେ ୧୩ଠି ମ୍ୟାଚ୍ ଖେଳିଛନ୍ତି ଓ ଭାରତରେ ୨ଟି ଟେଷ୍ଟ ସିରିଜରେ ୮ଟି ମ୍ୟାଚ୍ ଖେଳିଥିଲେ ମଧ୍ୟ ସଫଳ ହୋଇନାହାନ୍ତି । ସେ ଏହି ଦୁଇ ଦେଶରେ ସହ ହେଉଥିବା ଟେଷ୍ଟ ମ୍ୟାଚରେ ଶତକ ମଧ୍ୟ ହାସଲ କରିପାରିନାହାନ୍ତି ।ୱାର୍ଣ୍ଣର ଆଗାମୀ ଆସେସ ସିରିଜ ବେଳକୁ ୩୭ ବର୍ଷରେ ପାଦ ଦେଇଥିବେ । କିନ୍ତୁ ନିଜ ବୟସକୁ ନେଇ ସେତେଟା ଚିନ୍ତିତ ନୁହଁନ୍ତି ୱାର୍ଣ୍ଣର । ତେଣୁ ଆଗକୁ ଖେଳି ଆହୁରି ରନ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ୱାର୍ଣ୍ଣର ।