ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଆସନ୍ତାକାଲି ଶେଷ ଦିବସ ଥିବାରୁ ଆଜି ପାରିତ କରିବାକୁ ପ୍ରୟାସ କରିବେ ସରକାର । ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଲୋକସଭାରେ ପାରିତ ହୋଇଛି ଏହି ମହିଳା ସଂରକ୍ଷଣ ବିଲ୍ । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ବିଲ୍କୁ ନେଇ ୮ ଘଣ୍ଟାର ବିତର୍କ ପରେ ଭୋଟ୍ ଗ୍ରହଣ ହୋଇଥିଲା ।ଏହି ବିଲକୁ ଗୃହୀତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦଳର ସମର୍ଥନ ଲୋଡ଼ିଛନ୍ତି । ଲୋକସଭାରେ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ କୌଣସି ବୈଷୟିକ ବ୍ୟବସ୍ଥା ବାହାନାରେ ବିଲକୁ ଅଟକି ରହିବାକୁ ଦିଆଯିବ ନାହିଁ । ବିଭିନ୍ନ ପ୍ରତିବନ୍ଧକ ପାଇଁ ୨୭ ବର୍ଷ ହେବ ଲଟକି ରହିଥିଲା ଏହି ବିଲ୍ ।
Trending
- ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ
- ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡା।ଙ୍କ ମୃତ୍ୟୁ
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
Next Post