ସ୍ଥଗିତ ହେଲା ଚଳିତ ବର୍ଷ ନିଟ୍ ପିଜି ପରୀକ୍ଷା
ମେଟ୍ରୋ ଟିଭି ଓଡିଶା,୪/୨ : ଚଳିତବର୍ଷ ନିଟ୍ ପିଜି-୨୦୨୨ ପରୀକ୍ଷା ସ୍ଥଗିତ। ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପୂର୍ବରୁ ମାର୍ଚ୍ଚ ୧୨ ତାରିଖରେ ନିଟ୍ ପିଜି ପରୀକ୍ଷା କରିବାକୁ ସ୍ଥିର କରାଯାଇଥିଲା। ପରୀକ୍ଷା ସ୍ଥଗିତ ନେଇ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ।
ସୂଚନା ଅନୁଯାୟୀ , କରୋନା କଟକଣାକୁ ଦୃଷ୍ଟିରେ ରଖି ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖାଯିବା ନିଷ୍ପତ୍ତି ହୋଇଛି ।