ଆସନ୍ତା ଜାନୁଆରି ୨୬ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାପାଇଁ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କୁ ନିମନ୍ତ୍ରଣ କରାଯାଇଛି ବୋଲି ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ବୁଧବାର ପ୍ରକାଶ କରିଛନ୍ତି। ନିକଟରେ ଶେଷ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନଙ୍କୁ ନିମନ୍ତ୍ରଣ କରିଥିବା ନେଇ ଗାର୍ସେଟି କହିଛନ୍ତି। ଏଠାରେ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ୍ଙ୍କୁ ଭାରତରେ ସ୍ୱାଗତ କରିବା ସହ ଭାରତ ଓ ଆମେରିକା ମଧ୍ୟରେ ଘନିଷ୍ଠ ଏବଂ ସ୍ଥାୟୀ ଭାଗିଦାରୀକୁ ଦୋହରାଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ, ଜୁନ୍ ୨୦୨୩ ଓ୍ଵାଶିଂଟନ ଗସ୍ତର ମୂଳ ସଫଳତାକୁ କାର୍ଯ୍ୟକାରୀ କରିବା ଦିଗରେ ହୋଇଥିବା ଯଥେଷ୍ଟ ଅଗ୍ରଗତି ପାଇଁ ରାଷ୍ଟ୍ରପତି ବାଇଡେନ୍ଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ।ଏହି ଅବସରରେ ବିଶ୍ୱାସ ଏବଂ ପାରସ୍ପରିକ ବୁଝାମଣା ଆଧାରରେ ଦୁଇଦେଶର ବହୁମୁଖୀ ବୈଶ୍ୱିକ ଏଜେଣ୍ଡାର ସମସ୍ତ ଦିଗରେ ଭାରତ-ଆମେରିକା ରଣନୈତିକ ଭାଗିଦାରୀକୁ ପରିବର୍ତ୍ତନ କରିବା କାର୍ଯ୍ୟ ଜାରି ରଖିବାକୁ ଦୁଇ ନେତା ସହମତ ହୋଇଥିଲେ।
Trending
- ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ବାତିଲ୍
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ