ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ହ୍ୱାଟ୍ସଆପ୍ ଚ୍ୟାନେଲରେ ମଧ୍ୟ ଆସିଛନ୍ତି । ହ୍ୱାଟ୍ସଆପ୍ ନିକଟରେ ଏହାର ନୂଆ ଫିଚର ଲଞ୍ଚ କରିଛି, ଯେଉଁଠାରେ ପ୍ରଧାନମନ୍ତ୍ରୀ ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଗ୍ରାହକ ସଂଗ୍ରହ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି ।ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା ସେପ୍ଟେମ୍ବର ୧୩ ରେ ୧୫୦ ରୁ ଅଧିକ ଦେଶରେ ହ୍ୱାଟ୍ସଆପ୍ ଚ୍ୟାନେଲ ସୁବିଧା ଲଞ୍ଚ କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ୧୯ ସେପ୍ଟେମ୍ବରରେ ହ୍ୱାଟ୍ସଆପ୍ ଚ୍ୟାନେଲରେ ଯୋଗ ଦେଇଥିଲେ । ଏହା ପରେ ଗୋଟିଏ ଦିନ ମଧ୍ୟରେ ତାଙ୍କ ଗ୍ରାହକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିସାରିଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ଚ୍ୟାନେଲରେ ତାଙ୍କର ୧୪ ଲକ୍ଷ ଗ୍ରାହକ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପୋଷ୍ଟ ଥିଲା, ‘ହ୍ୱାଟ୍ସଆପ୍ ସମୁଦାୟରେ ଯୋଗଦେଇ ଉତ୍ସାହିତ । ଆମର ଚାଲୁଥିବା ସଂଳାପର ଯାତ୍ରାରେ ଏହା ଆଉ ଏକ ପଦକ୍ଷେପ । ଚାଲ ଏଠାରେ ଯୋଗଦେବା । ଏହା ହେଉଛି ନୂଆ ସଂସଦ ଭବନରୁ ନିଆଯାଇଥିବା ଚିତ୍ର ।’ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟ :-
ଖାସ୍ କଥା ହେଉଛି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘ଏକ୍ସ’ରେ ପିଏମ ମୋଦୀଙ୍କର ୯ କୋଟିରୁ ଅଧିକ ଫଲୋର୍ସ ଅଛନ୍ତି । ଯେତେବେଳେ କି, ଫେସବୁକରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ପ୍ରାୟ ୫ କୋଟି । ଇନଷ୍ଟାଗ୍ରାମରେ ୭ କୋଟିରୁ ଅଧିକ ଲୋକ ତାଙ୍କୁ ଫଲୋ କରୁଛନ୍ତି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post