କାନାଡା ବିରୋଧରେ ମୋଦି ନେଇପାରନ୍ତି ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ କୁଟନୀତିକ ସଂପର୍କ ଖରାପରୁ ଅତି ଖରାପ ଆଡ଼କୁ ଯାଉଛି ।  ସଂସଦ ଭବନରେ ବୈଦେଶିକ ମନ୍ତ୍ରୀ ଏସ. ଜୟ ଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଲୋଚନା ପରେ ଆଉ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଭାରତ ବୋଲି ଆଲୋଚନା ହେଉଛି । ଭାରତ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେନେଇ ସ୍ପଷ୍ଟ କରିନଥିଲେ ମଧ୍ୟ କାନାଡାକୁ କୁଟନୀତି ମାଧ୍ୟମରେ ପାନେ ଦେବାକୁ ଭାରତ ଚିନ୍ତା କରୁଥିବା ଖବର ପ୍ରକାଶ ପାଇଛି  । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ୟାକୁ ନେଇ କାନାଡା ଯାହା ସ୍ପଷ୍ଟିକରଣ ଦେଇଛି ସେଥିରେ ପ୍ରଧାନମନ୍ତ୍ରୀ ମୋଦି ଅସନ୍ତୋଷ ପ୍ରକାଶ କରିଛନ୍ତି ।  ଜଷ୍ଟିନ ଟ୍ରୁଡୁ ବୟାନ ଦେବା ପରେ ଭାରତ ଓ କାନାଡା ମଧ୍ଯରେ ସମ୍ପର୍କ ତିକ୍ତ ହୋଇଯାଇଛି।