ଶିବ ଶକ୍ତି ପଏଣ୍ଟରେ ପଡ଼ିଲା ସୂର୍ଯ୍ୟକିରଣ

ରାତି ପରେ ଦିନ ହୋଇଛି ଚନ୍ଦ୍ରପୃଷ୍ଠରେ । ରାତି ପାଇଁ ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ଏବଂ ରୋଭର ଏବେ କାମ କରିବେ କି ନାହିଁ ତାକୁ ନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଲ୍ୟାଣ୍ଡର ଏବଂ ରୋଭରରେ ସୋଲାର ପ୍ୟାନେଲ ଲାଗିଛି । ଯେପର୍ଯ୍ୟନ୍ତ ସେମାନେ ସୂର୍ଯ୍ୟ କିରଣ ପାଇବେ ସେଯାଏଁ ବ୍ୟାଟେରୀ ଚାର୍ଜ ହୋଇ ରହିବ । ତେବେ ସୂର୍ଯ୍ୟ ଉଦୟ ହେବା ପରେ ଦୁହେଁ ପୁନର୍ବାର ସକ୍ରିୟ ହେବା ନେଇ ଆଶା ରଖିଛନ୍ତି ଇସ୍ରୋ ବୈଜ୍ଞାନିକ। | କିନ୍ତୁ ମାଇନସ୍ ୨୫୦ ଡିଗ୍ରୀ ତଳେ ଥିବା ତାପମାତ୍ରା ରହିବା ପରେ ବିକ୍ରମ ଓ ପ୍ରଜ୍ଞାନ ପୁଣିଥରେ ସକ୍ରିୟ ହେବା ଏତେଟା ସହଜ ହେବ ନାହିଁ  ବୋଲି କୁହାଯାଉଛି  । ତେବେ ଦିନେ ଦୁଇ ଦିନ ଭିତରେ ଭଲ ଖବର ଆସିବ ବୋଲି କୁହାଯାଉଛି ।