ବାସ୍ତୁଶାସ୍ତ୍ର ଅନୁଯାୟୀ, ବାମ୍ବୋ ପ୍ଲାଣ୍ଟ ହେଉଛି ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଏକ ପ୍ରକାର ଗଛ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। କେବଳ ସେତିକି ନୁହେଁ, ବାମ୍ବୋପ୍ଲାଣ୍ଟ ପର୍ଯ୍ୟାବରଣକୁ ସଫାସୁତୁରା ରଖିବାରେ ମଧ୍ୟ ବେଶ୍ ସହାୟକ ହୋଇଥାଏ। ସେଥିପାଇଁ ଏହାକୁ ନାଚୁରାଲ୍ ଏୟାର୍ ପ୍ୟୁରିଫାୟର୍ ବୋଲି କୁହାଯାଏ। ଭାଗ୍ୟଶାଳୀ ବାମ୍ବୋପ୍ଲାଣ୍ଟକୁ ଘରର ପୂର୍ବ ଦିଗରେ ରଖିଲେ ସକାରାତ୍ମକ ଊର୍ଜ୍ଜା ଉତ୍ପନ ହୋଇଥାଏ। ଅନ୍ୟପକ୍ଷେ ଏହାକୁ ଦକ୍ଷିଣ-ପୂର୍ବ ଦିଗରେ ରଖିଲେ ଧନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ କରାଯାଏ। ସବୁଠୁ ବଡ଼ କଥା ହେଉଛି ବାମ୍ବୋପ୍ଲାଣ୍ଟରେ ଦିଆଯାଇଥିବା ପାଣିକୁ ପ୍ରତି ସପ୍ତାହରେ ବଦଳାଇବା ଦରକାର; ଯଦ୍ଦ୍ବାରା ଆର୍ଥିକସ୍ଥିତି ମଜଭୁତ୍ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତା’ଛଡ଼ା ବାମ୍ବୋପ୍ଲାଣ୍ଟକୁ ଘରର ଯେ କୌଣସି ସ୍ଥାନରେ ରଖାଯାଇପାରେ। ଏପରିକି ପତ୍ନୀପତିଙ୍କ ବେଡ୍ରୁମ୍ରେ ବି। କାରଣ ଏହା ପତ୍ନୀପତିଙ୍କ ଭିତରେ ଭଲପାଇବା ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଥାଏ। ସେହିପରି କ୍ୟାରିୟର୍ରେ ସଫଳ ହେବାକୁ ଚାହୁଁଥିଲେ ଷ୍ଟଡିରୁମ୍ରେ ବାମ୍ବୋପ୍ଲାଣ୍ଟକୁ ରଖିବା ମଧ୍ୟ ବେଶ୍ ଉପକାରୀ ହୋଇଥାଏ।
Trending
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ