ପଞ୍ଜାବରୁ ଅଲଗା ହୋଇ ଏକ ସ୍ବତନ୍ତ୍ର ରାଷ୍ଟ୍ର ଗଠନ ପାଇଁ ଖଲିସ୍ତାନୀମାନେ ଦାବିକରି ଆସୁଛନ୍ତି। ସେମାନଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସ୍ଆଇ) ଅସ୍ତ୍ରଶସ୍ତ୍ର ଯୋଗାଇ ଭାରତରେ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଉସୁକାଉଛି। ଭାରତ ପରେ ସର୍ବାଧିକ ପଞ୍ଜାବୀ ବସବାସ କରୁଥିବା ଦେଶ ହେଉଛି କାନାଡା। ସେଠାରେ ଖଲିସ୍ଥାନୀମାନେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅନେକ ଦୃଷ୍ଟାନ୍ତ ରହିଛି, ଯାହାକୁ ଭାରତ ବିରୋଧ କରିଆସୁଛି। ସେପ୍ଟେମ୍ବର ୯, ୧୦ରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାନାଡା ପ୍ରତିପକ୍ଷ ଜଷ୍ଟିନ୍ ଟ୍ରୁଡୋଙ୍କ ଆଗରେ ଏହି ପ୍ରସଙ୍ଗ ଉଠାଇଥିଲେ। ଟ୍ରୁଡୋ କାନାଡା ଫେରିବାର ସପ୍ତାହେ ପରେ ତାଙ୍କର ଭାରତ ବିରୋଧୀ ଆଭିମୁଖ୍ୟ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳିଛି। ଖଲିସ୍ତାନୀ ନେତା ହରଦୀପ୍ ସିଂ ନିଜାର ହତ୍ୟା ଘଟଣାରେ ଭାରତର ସମ୍ଭାବ୍ୟ ସମ୍ପୃକ୍ତି ଥିବା ଅଭିଯୋଗକରି କାନାଡା ସରକାର ସେଠାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ମଙ୍ଗଳବାର ବହିଷ୍କାର କରିଛି। ଭାରତ ମଧ୍ୟ ଯେସାକୁ ତେସା ନୀତି ଆପଣାଇ କାନାଡା କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ସହ ୫ ଦିନ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ କହିଛି। ଖଲିସ୍ତାନୀ ନେତାଙ୍କ ହତ୍ୟା ସହ ଭାରତ ସରକାରଙ୍କ ଏଜେଣ୍ଟ ସମ୍ପୃକ୍ତ ଥିବା ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଅଭିଯୋଗକୁ ନୂଆଦିଲ୍ଲୀ ଭିତ୍ତିହୀନ କହି ଖଣ୍ଡନ କରିଛି। ଟ୍ରୁଡୋ ପାର୍ଲାମେଣ୍ଟରେ ଉପରୋକ୍ତ ମନ୍ତବ୍ୟ ଦେବା ପରେ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍ (ର) ଅଫିସର ପବନ କୁମାର ରାୟଙ୍କୁ ବହିଷ୍କାର କରାଯାଇଥିବା ତାଙ୍କ ବହିର୍ବ୍ୟାପାର ମନ୍ତ୍ରୀ ମେଲାନି ଜେଲି ଘୋଷଣା କରିଥିଲେ। ଏହାର କିଛି ଘଣ୍ଟା ପରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ନୂଆଦିଲ୍ଲୀରେ ଥିବା କାନାଡା ଉଚ୍ଚାୟୁକ୍ତ କାମେରନ ମାକେଙ୍କୁ ସମନ କରି ଜଣେ ବରିଷ୍ଠ କୂଟନୈତିକ ଅଧିକାରୀଙ୍କୁ ବହିଷ୍କାର କରାଗଲା ବୋଲି ଜଣାଇଦେଇଛି। ବହିଷ୍କୃତ ଅଫିସରଙ୍କ ନାଁ ମନ୍ତ୍ରଣାଳୟ ସ୍ପଷ୍ଟ ବହିଷ୍କୃତ ଅଫିସରଙ୍କ ନାଁ ମନ୍ତ୍ରଣାଳୟ ସ୍ପଷ୍ଟକରି ନ ଥିବାବେଳେ ନୂଆଦିଲ୍ଲୀରେ ଥିବା କାନାଡା ଗୋଇନ୍ଦା ସଂସ୍ଥାର ଷ୍ଟେଶନ ମୁଖ୍ୟ ଓଲିଭିଏର ସିଲ୍ଭେସ୍ତେରେଙ୍କୁ ବହିଷ୍କାର କରାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।ଭାରତର ଆଭ୍ୟନ୍ତରୀଣ ମାମଲାରେ କାନାଡା କୂଟନୀତିଜ୍ଞ ମୁଣ୍ଡ ପୂରାଇବା ସହ ଭାରତ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ନୂଆଦିଲ୍ଲୀର ଚିନ୍ତା ବଢ଼ୁଥିବା ଏଥିରୁ ପ୍ରତିଫଳିତ ହୋଇଛି। ଫଳରେ ଦୁଇଦେଶର କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଟ୍ରୁଡୋ ଏବଂ ଜେଲିଙ୍କ ମନ୍ତବ୍ୟ ଉପରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏଭଳି ଭିତ୍ତିହୀନ ଅଭିଯୋଗ ଆଣି କାନାଡାରେ ଆଶ୍ରୟ ନେଇ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତି ପ୍ରତି ବିପଦ ସୃଷ୍ଟି କରୁଥିବା ଖଲିସ୍ତାନୀ ଆତଙ୍କବାଦୀ ଏବଂ ଉଗ୍ରପନ୍ଥୀଙ୍କ ଉପରୁ ଧ୍ୟାନ ହଟାଇବାକୁ ସେମାନେ ଉଦ୍ୟମ କରୁଥିବା ନୂଆଦିଲ୍ଲୀ କହିଛି।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post