ଗତକାଲି ଭୁବନେଶ୍ବର ସମ୍ବାଦ ଅଫିସରେ କ୍ରାଇମବ୍ରାଞ୍ଚ EOWର ଟିମ୍ ପହଞ୍ଚିଥିଲା । ଖବରକାଗଜ ଅଫିସରେ କର୍ମଚାରୀଙ୍କୁ ଋଣ ମାମଲାରେ ଯାଞ୍ଚ କରିଥିଲା ୧୨ ଜଣିଆ ଟିମ୍ । ସମ୍ବାଦର HR ମୁଖ୍ୟ ବୈଜୟନ୍ତୀ କରଙ୍କୁ ପଚରାଉଚରା ମଧ୍ୟ ହୋଇଥିଲା । ତାଙ୍କୁ ହାଜର ପାଇଁ ପୂର୍ବରୁ ନୋଟିସ ହୋଇଥିଲା । ତେବେ ସେ ହାଜର ହୋଇ ନଥିଲେ । ଏହାପରେ ଭୁବନେଶ୍ବର ସମ୍ବାଦ ଅଫିସରେ ଯାଞ୍ଚ କରିଥିଲେ ୧୨ ଜଣିଆ ଇଓଡବ୍ଲ୍ୟୁ ଟିମ୍ । ଋଣ ସମ୍ପର୍କିତ କାଗଜପତ୍ର ଓ ବ୍ୟାଙ୍କ ଆକାଉଣ୍ଟ ନେଇ ଯାଞ୍ଚ ହୋଇଛି । ଋଣ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମଗାଯାଇଥିବା ସୂଚନା ମିଳିଛି । ତଦନ୍ତକାରୀ ଟିମରେ ଥିଲେ ୪ ଜଣ ଡିଏସପି, ୬ ଜଣ ଇନିସପେକ୍ଟର । ସହିଦନଗର ଥାନା ପୋଲିସ ବି ସେମାନଙ୍କ ସହ ଥିଲା । କର୍ମଚାରୀଙ୍କ ନାଁରେ ସମ୍ବାଦ ଖବରକାଗଜ ଋଣ ଉଠେଇ ଠକେଇ କରିଥିବା ଜଣେ ପୂର୍ବତନ କର୍ମଚାରୀ EOWରେ ଅଭିଯୋଗ କରିଥିଲେ ।
Trending
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
- ରାତାରାତି ବଢିଗଲା ଆଳୁ-ପିଆଜ ଦର
- ମଙ୍ଗଳବାର ସ୍ଥଳଭାଗ ମୁହାଁଇବ ‘ମନ୍ଥା’
- ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
- ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ ର ଗତିପଥ ,ଓଡ଼ିଶାର ୧୫ଟି ଜିଲା ଉପରେ ବାତ୍ୟାର ପ୍ରକୋପ
- ମନ୍ କି ବାତ୍ କାର୍ଯ୍ୟକ୍ରମର ୧୨୭ତମ ଏପିସୋଡ୍ , ଛଟ୍ ପର୍ବର ଗୁରୁତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ
Prev Post