ନୂଆଦିଲ୍ଲୀ:ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ପୂରୁଣା ସଂସଦ ଭବନରୁ ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦମାନେ ଚାଲି ଚାଲି ନୂଆ ସଂସଦ ଭବନ ଯାଇଥିଲେ । ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ବିକଶିତ ଭାରତର ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଶେଶ ଚତୁର୍ଥୀରେ ଆଜି ନୂଆ ସଂସଦ ଭବନର ଶ୍ରୀଗଶେଶ କହି ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ନୂଆ ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କର ଆଶାର ପ୍ରତୀକ ବୋଲି କହିଛନ୍ତି ।ଏହାସହ ନୂଆ ସଂସଦରେ ମହିଳା ସଂରକ୍ଷଣ ବିଲ ଆଗତ ହୋଇଛି । ଏଥିରେ ବିଧାନସଭା ଓ ଲୋକସଭା ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବ୍ୟବସ୍ଥା ଅଣାଯାଇଛି ।ୂନୂଆ ସଂସଦ ଭବନର ପ୍ରଥମ ଅଧିବେଶନରେ ସଦସ୍ୟଙ୍କୁ ସମ୍ବୋଧନ ସମୟରେ ମୋଦୀ କହିଥିଲେ, ‘‘ନୂଆ ସଂସଦ ଭବନରେ ଗୃହର ସଦସ୍ୟମାନେ ଯେଭଳି ଆଚରଣ କରିବେ । ସେହି ଆଚରଣ ଅନୁସାରେ ଫଳାଫଳ ଆସିବ । କିଏ ସରକାରଙ୍କ ଆସନରେ ବସିବେ ଏବଂ କିଏ ବିରୋଧୀଙ୍କ ଆସନରେ ବସିବେ, ତାହା ନୂଆ ସଂସଦ ଭବନର ଆଚରଣ ସ୍ଥିର କରିବ ବୋଲି କହିଥିଲେ । ଆଉ କଥା ଛଳରେ କହିଥିଲେ ଏବେ ନିର୍ବାଚନ ହେବାର ନାହିଁ ।’’‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରାଯିବା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ଲାଗି ସେପଟେମ୍ବର ୧ ତାରିଖରେ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ କମିଟି ଗଠନ କରିବା ପରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଏ ସଂପର୍କିତ ପ୍ରସ୍ତାବ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଏ ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ଆସିବା ପରିଦୃଶ୍ୟ ହେଉ ନାହିଁ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post
Next Post