ଶିକ୍ଷୟତ୍ରୀ ଓ ଦୁଇ ପୁଅଙ୍କ ସନ୍ଦେହଜନକ ମୃତ୍ୟୁ
ଗଞ୍ଜାମ : ଶେରଗଡ଼ ଗ୍ରାମରେ ମହାତ୍ମା ଗାନ୍ଧି ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସାବିତ୍ରୀ ସାହୁ ଓ ତାଙ୍କର ଦୁଇ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଶିକ୍ଷୟତ୍ରୀ ଜଣକ ବାଇପାସ ସ୍ଥିତ ଏକ ଭଡ଼ାଘରେ ରହୁଥିଲେ। ସକାଳୁ ସାବିତ୍ରୀ ଓ ତାଙ୍କର ଦୁଇ ପୁଅଙ୍କୁ ଅଚେତ ଅବସ୍ଥାରେ ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ତିନିଜଣଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲା ଶେରଗଡ ଗ୍ରାମରେ ମହାତ୍ମାଗାନ୍ଧି ଉଚ୍ଚ ବିଦ୍ଯାଳୟର ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ ସାବିତ୍ରୀ ଡାକୁଆ । ତାଙ୍କର କେହି ଶତ୍ରୁ ଏପରି କରିଛନ୍ତି କି ନାହିଁ ତାହା ଜଣାପଡିନାହିଁ । ତାଙ୍କର ଦୁଇ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ଛୁଆଙ୍କୁ ମାରିବାର କାରଣ ମଧ୍ୟ ଜଣାପଡିନାହିଁ । ଶିକ୍ଷୟତ୍ରୀ ଜଣକ ବାଇପାସ ସ୍ଥିତ ଏକ ଭଡ଼ା ଘରେ ରହୁଥିବା ବେଳେ ଏପରି ଅଘଟଣ ଘଟିଛି। ତିନିଜଣଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।