ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅନର୍୯୦ ୫ଜି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ସେହିଭଳି ଶିଳ୍ପ ଅଗ୍ରଣୀ କ୍ୱାଡ୍-କର୍ଭଡ ଫ୍ଲୋଟିଙ୍ଗ୍ ଡିସେ୍ପ୍ଲ ସହ ସୁସଜ୍ଜିତ ଅନର୍୯୦ ୫ଜିରେ ୩ଟି କ୍ୟାମେରା ଯଥା ୨୦୦ ଏମ୍ପି ମେନ୍ କ୍ୟାମେରା, ୧୨ଏମ୍ପି ଅଲ୍ଟ୍ରାୱାଇଡ୍ କ୍ୟାମେରା ଓ ୫୦ଏମ୍ପି ସେଲ୍ଫି କ୍ୟାମେରାରୁ ୩୦ଏଫ୍ପିଏସ୍ରେ ୪କେ ଭିଡିଓ ରେକର୍ଡିଙ୍ଗ୍ ପ୍ରଦାନ କରିବା ପାଇଁ ପ୍ରୋସେସର ଶକ୍ତିକୁ ବ୍ୟବହାର କରିଥାଏ।ଏ ସମ୍ପର୍କରେ ଏଚ୍ଟେକ୍ର ସିଇଓ ମାଧବ ସେଠ୍ କହିଛନ୍ତି, ଅନର୍୯୦ ୫ଜି’ର ଶୁଭାରମ୍ଭ କରି ଆମେ ବେଶ୍ ଉତ୍ସାହିତ ଅଛୁ। ବିଶେଷ କରି ଅନର୍ର ମଜଭୁତ ନେଟ୍ୱର୍କ ଓ ମୂଲ୍ୟ ଶୃଙ୍ଖଳାର ବ୍ୟବହାର କରି ଆମେ ଭାରତ ବଜାରରେ ପ୍ରଥମ ସ୍ମାର୍ଟଫୋନ୍ର ଶୁଭାରମ୍ଭ କରିଛୁ।