ଗତକାଲି ମୁଖ୍ୟମନ୍ତ୍ରୀ (ସିଏନବିଟି)କୁ ଉଦଘାଟନ କରିବା ପରେ ପୁରୁଣା ବାଦାମବାଡି ବସଷ୍ଟାଣ୍ଡ ସମେତ ୪ବସଷ୍ଟାଣ୍ଡକୁ ଆସନ୍ତାକାଲି ଠାରୁ ବନ୍ଦ କରାଯିବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରି ସୂଚନା ଦେଇଛି କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ୟ୍ୟାଳୟ।ଆସନ୍ତା କାଲି ଠାରୁ ବାଦାମବାଡି ପୁରୁଣା ବସଷ୍ଟାଣ୍ଡ,ପାଲାମଣ୍ଡପସ୍ଥିତ ପୁରୀ ବସଷ୍ଟାଣ୍ଡ, ଅନୁଗୁଳ ବସଷ୍ଟାଣ୍ଡ ଓ ବାଦମବାଡିସ୍ଥିତ ପାରାଦ୍ୱୀପ ବସଷ୍ଟାଣ୍ଡକୁ ବନ୍ଦ କରିଦିଆଯିବ। ସେହିପରି ଏହି ସମସ୍ତ ବସଷ୍ଟାଣ୍ଡରୁ ଗଡ଼ୁଥିବା ଘରୋଇ,ସରକାରୀ ତଥା ମୋ ବସ ଗୁଡିକ ଆସନ୍ତାକାଲି ଠାରୁ ନେତାଜୀ ବସ ଟର୍ମିନାଲରୁ ଗଡ଼ିବା ବାଧ୍ୟତାମୂଳକ ହୋଇଛି। ଏଣୁ ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଆରଟିଓଙ୍କ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ କରାଯାଇଛି। ଆସନ୍ତା ୧୭ତାରିଖରୁ ୨୪ତାରିଖ ପର୍ୟ୍ୟନ୍ତ ଅଥବା ସ୍ଥିତି ସ୍ୱାଭାବିକ ହେବା ପର୍ୟ୍ୟନ୍ତ ଏହି ଏନଫୋର୍ସମେଣ୍ଟ ଜାରି ରହିବ।କଟକ ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ବସ ଗୁଡିକ ପାଇଁ ନେତାଜୀ ବସ ଟର୍ମିନାଲରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା, ବ୍ରହ୍ମପୁର, ନିଆଳି, ନୟାଗଡ଼, ଫୁଲବାଣୀ, ଗଜପତି, କୋରାପୁଟ, ରାୟଗଡ଼ା, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଭବାନୀପାଟଣା ଆଦି ଦକ୍ଷିଣ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଅଭିମୁଖେ ଯାଉଥିବା ବସ ଗୁଡିକ ନେତାଜୀ ବସ ଟର୍ମିନାଲର ମୁଖ୍ୟ ଫାଟକରେ ବାହାରି ରିଙ୍ଗରୋଡରେ ବାମ ପାର୍ଶ୍ୱକୁ ଯାଇ ୧୬ନମ୍ବର ଜାତୀୟ ରାଜପଥ ଦେଇ ଅତିକ୍ରମ କରିବେ । ସେହିପରି ଅନ୍ୟ ସ୍ଥାନକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରୁ ଡାହାଣ ପଟକୁ ଯାଇ ବାଦାମବାଡି ଦେଇ ଜାତୀୟ ରାଜପଥ ଧରିବେ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post