ଠିକା ନିଯୁକ୍ତି ନେଇ ବିଜେଡିର କଡ଼ା ଜବାବ

ଭୁବନେଶ୍ବର: ବିଜେପି ଏବଂ କଂଗ୍ରେସକୁ କଡା ଜବାବ ଦେଇଛି ବିଜେଡି ।  ଠିକା ନିଯୁକ୍ତି ନେଇ ରାଜ୍ୟ ବିଜେପି ଓ କଂଗ୍ରେସଯେଉଁ କଥା କହୁଛନ୍ତି ଅନ୍ୟ ରାଜ୍ୟରେ କିନ୍ତୁ ତାହା ପାଳନ କରୁନାହାଁନ୍ତି ।  ଉଭୟ ଦଳକୁ ଟାର୍ଗେଟ୍ କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଠିକା ନିଯୁକ୍ତି ପାଇଁ ଗୁଜରାଟ ସରକାରଙ୍କ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ବର୍ଷିଛନ୍ତି ସସ୍ମିତ । ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ହେଉଥିବା ବେଳେ ଓଡ଼ିଶାରେ ଦୁଇ ଦଳ କାହିଁକି ପ୍ରଶ୍ନ କରୁଛନ୍ତି ବୋଲି ବିଜେଡି ପାଲଟା ପ୍ରଶ୍ନ କରିଛି ।

ଗୁଜରାଟ ସରକାରଙ୍କ ଠିକା ନିଯୁକ୍ତି ସମ୍ପର୍କିତ ଏକ ବିଜ୍ଞାପନକୁ ଦର୍ଶାଇ କଂଗ୍ରେସ ଓ ବିଜେପି ଉପରେ ବିଜେଡି ସାଂସଦ ସସ୍ମିତ ପାତ୍ର ବର୍ଷିଛନ୍ତି  । କେବଳ ଗୁଜରାଟ ନୁହେଁ, ବିଜେପି ଓ କଂଗ୍ରେସ ଶାସିତ ବିଭିନ୍ନ ରାଜ୍ୟରେ ଠିକା ନିଯୁକ୍ତି କରାଯାଉଛି । ସେସବୁ ରାଜ୍ୟରେ ଠିକା ନିଯୁକ୍ତି ନେଇ ବିଜେପି ଓ କଂଗ୍ରେସ ଆପତ୍ତି ଉଠାଉନଥିବା ବେଳେ ଓଡ଼ିଶାରେ ଏହି ଦୁଇ ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ କରିଛି ବିଜେଡି ।