ପୁଣି ଥରେ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ପଶିଛି ମହାନଦୀ ପାଣି । ମନ୍ଦିର ବେଢ଼ା ଦେଇ ମନ୍ଦିରରେ ପ୍ରବେଶ କରିଛି ବନ୍ୟା ପାଣି । ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିଥିବାରୁ ଜଳସ୍ତର ବଢ଼ିଛି । ଫଳରେ ପାହାଡ଼ ଉପରେ ଥିବା ମା ’ଙ୍କ ଅସ୍ଥାୟୀ ପୂଜା ସ୍ଥଳୀକୁ ସ୍ଥାନାନ୍ତର ହୋଇଛନ୍ତି ମା’ ଭଟ୍ଟାରିକା । ଭଟ୍ଟାରିକାଙ୍କୁ ଗତକାଲି ରାତି ୨ଟାରେ ସେଠାକୁ ସ୍ଥାନାନ୍ତର କରାଯାଇଥିଲା । ଅସ୍ଥାୟୀ ପୂଜାସ୍ଥଳରେ ଆଜି ସକାଳୁ ମା’ ଙ୍କ ସକାଳ ଧୂପ ସହିତ ମଙ୍ଗଳ ଆଳତି, ମଇଲମ୍ ,ବଲ୍ଲଭ ଭୋଗ ହୋଇଛି । ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରରେ ପ୍ରବେଶ କରିଥିଲା । ଦେବୋତ୍ତର ବିଭାଗ ଉପସ୍ଥିତି ରେ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରାଯାଇଛି ।
Trending
- ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର: ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ
- ପୋଲିସ ଏସ୍ଆଇ ନିଯୁକ୍ତି ଘଟଣା: ଦୋଷୀଙ୍କୁ ଧରିବା ପାଇଁ ସିବିଆଇ କ’ଣ ଦରକାର ପଡ଼ିଲେ ଏନ୍ଆଇଏ ତଦନ୍ତ ହେବ
- କଟକରେ ବିଶୃଙ୍ଖଳା ସୃଷ୍ଟି କରିଥିବା ୮ ଜଣଙ୍କୁ ଗିରଫ କଲା ପୋଲିସ
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
Prev Post
Next Post