ହୀରାକୁଦର ସମୁଦାୟ ୨୦ଟି ଗେଟ୍ ଦେଇ ନିଷ୍କାସନ ହେଉଛି ଜଳ
ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କାର୍ଯ୍ୟ ଚାଲୁ ରହିଛି। ଏଥର ସମୁଦାୟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବ। ବାମ ପଟରୁ ୧୩ଟି ଗେଟ୍ ଖୋଲି ଦିଆଯାଇଥିବା ବେଳେ ଦକ୍ଷିଣ ପଟର ୭ଟି ଗେଟ୍ ଖୋଲାଯାଇଛି।ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଏବଂ ଜଳପ୍ରବେଶ ହାର ବଢ଼ୁଥିବାରୁ ଗତକାଲି ଅଧିକ ଗେଟ୍ ଖୋଲା ଯାଇଥିଲା। ସ୍ଥିତି ଦେଖି ପୁଣି ଗେଟ୍ ଖୋଲାଯିବା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦିଆଯାଇଥିବା ବେଳେ ଆଜି ଆହୁରି ୬ଟା ଗେଟ୍ ଖୋଲିବା ଆବଶ୍ୟକ ପଡ଼ିଛି।
ବୁଧବାର ୨ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଥିବା ବେଳେ ଗୁରୁବାର ଦୁଇଟି ପର୍ଯ୍ୟାୟରେ ଆହୁରି ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଥିଲା। ବୁଧବାର ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୮.୩୧ ଫୁଟ୍ ରହିଥିବା ବେଳେ ଗୁରୁବାର ସନ୍ଧ୍ୟା ୬ଟାରେ ୬୨୮.୫୮ ଫୁଟ୍ରେ ପହଞ୍ଚିଥିଲା।