ପଞ୍ଜି ସ୍କାମରେ ଗୋବିନ୍ଦାଙ୍କର କୗେଣସି ଲିଙ୍କ ନାହିଁ
ସୋଲାର ଟେକ୍ନୋଲୋଜି ଆଲିଆନ୍ସ ର ବ୍ରାଣ୍ଡ ଆମ୍ବାସଡର ହୋଇ ଫସିଛନ୍ତି ଗୋବିନ୍ଦା । ହଜାରେ କୋଟିର ପଞ୍ଜି ସ୍କାମରେ ସାମିଲ ଥିବା ନେଇ ଅଭିନେତା ଗୋବିନ୍ଦାଙ୍କ ନାମରେ ଉଠିଛି ଅଭିଯୋଗ। ଏପରିକି ଖୁବ୍ ଶୀଘ୍ର ଓଡ଼ିଶା EOW ଗୋବିନ୍ଦାଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ଯିବ । ଏହି କମ୍ପାନୀର ମୁଖ୍ୟ ଥିବା ଗୁରତେଜ ସିଂ ଓ ଓଡ଼ିଶା ମୁଖ୍ୟ ନିରୋଦ ଦାସଙ୍କୁ ଗତ ଅଗଷ୍ଟ ୭ରେ ଗିରଫ କରାଯାଇଥିଲା। ଏହାବାଦ କମ୍ପାନୀର ଆଉ କିଛି କର୍ମଚାରୀଙ୍କୁ ବି ଉଠାଇ ନେଇଛି ପୁଲିସ୍। ଏହି ଘଟଣାକୁ ନେଇ ଗୋବିନ୍ଦା କିଛି ଭୁଲ କରିନଥିବା ସଫେଇ ଦେଇଛନ୍ତି ତାଙ୍କ ମ୍ୟାନେଜର ଶଶୀ ସିହ୍ନା। ଶଶୀ ସିହ୍ନାଙ୍କ ସୂଚନା ଅନୁଯାୟୀ, ଏହି ଅଭିଯୋଗ ସହିତ ଗୋବିନ୍ଦାଙ୍କର କିଛି ଲିଙ୍କ ନାହିଁ। ଗୋବିନ୍ଦା ଏକ ଏଜେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।