ଭାରତରେ ସବୁଠାରୁ ପତଳା ଏବଂ ହାଲୁକା ଲାପଟପ୍‌ ଲଞ୍ଚ କଲା ଟେକ୍ନୋ

ଷ୍ଟାଇଲିସ୍‌ ଡିଜାଇନ୍‌ ସହ ରହିଛି ଦମଦାର ବ୍ୟାଟେରୀ

ଭାରତରେ ଟେକ୍ନୋ ସବୁଠାରୁ ପତଳା ଏବଂ ହାଲୁକା ଲାପଟପ୍‌ ଲଞ୍ଚ କରିଛି । Tecno Megabook T1 ନାମକ ଏହି ଲାପଟପ୍ ଇଣ୍ଟେଲର ୧୧ତମ ଜେନେରେସନର ପ୍ରୋସେସର ଦ୍ୱାରା ଚାଲିଥାଏ । ଏଥିରେ 15.6 – ଇଞ୍ଚର ଡିସପ୍ଲେ ଏବଂ ଦମଦାର ବ୍ୟାଟେରୀ ମିଳୁୁଛି । ଏହା ବ୍ୟତୀତ ଲାପଟପ୍‌ର ଡିଜାଇନ ମଧ୍ୟ ବହୁତ ଷ୍ଟାଇଲିସ୍‌ ରହିଛି । ତେବେ ଆସନ୍ତୁ ଜାଣିବା ଏହି Tecno Megabook T1 Laptopର ମୂଲ୍ୟ ଏବଂ ଫିଚର୍ସ କଣ ରହିଛି ।Tecno Megabook T1 Laptopର କୋର i3 ଭାରିଆଣ୍ଟର ମୂଲ୍ୟ ୩୭,୯୯୯ ଟଙ୍କା ଏବଂ କୋର i7 ଭାରିଆଣ୍ଟର ମୂଲ୍ୟ ୫୭,୯୯୯ ଟଙ୍କା । Tecno Megabook T1 Laptop ଡେନିମ୍‌ ବ୍ଲୁ, ସ୍ପେସ୍‌ ଗ୍ରେ ଏବଂ ମୁନସାଇନ ସିଲଭର୍‌ କଲର ଅପ୍ସନ ସହିତ ଆସୁଛି ଏବଂ ଆପଣ ଏହାକୁ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ କିଣିପାରିବେ ।